Latest Odisha News

BREAKING NEWS

group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆସନ୍ତାକାଲି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସମ୍ପୂର୍ଣ୍ଣ ସହରରେ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ ରହିବା ସହ BNSର ଧାରା ୧୬୩ ଲାଗୁ କରିଛି ପ୍ରଶାସନ ।

ଖବରମୁତାବକ,ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ । ଗୋମାଂସ ବିକ୍ରିକୁ ନେଇ ଏହି ଉତ୍ତେଜନା ହୋଇଥିବା ସୂଚନା ରହିଛି । ତେବେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସଂଘର୍ଷ ବେଳେ ଏକ କାର୍, ସ୍କୁଟି ଏବଂ ଏକ ପିକଅପ ଭ୍ୟାନ ପୋଡି ଦେଇଥିବା ଜଣାପଡ଼ିଛି ।

ଘଟଣାସ୍ଥଳକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ ରାୟ ,ଉପଜିଲ୍ଲାପାଳ ତେଜସ୍ଵୀନି ବେହେରା ପହଞ୍ଚି ଉତ୍ୟକ୍ତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି । ରିଜେଣ୍ଟ ମାର୍କେଟ ସହ ସହରର ଅନ୍ୟ ସବୁ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡିଆଇଜି ଗଣମାଧ୍ୟମକୁ କହିବା ସହ ସୁନ୍ଦରଗଡ ସହରରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସହରରେ ସମସ୍ତ ଦୋକାନ ବଜାର ଗୁଡିକୁ ବନ୍ଦ କରିବାକୁ ଡାକବାଜୀ ଯନ୍ତ୍ର ଜରିଆରେ ନିବେଦନ କରାଯାଇଛି । କୌଣସି ସ୍ଥାନରେ ୫ଜଣରୁ ଅଧିକ ଏକାଠି ନହେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.