Latest Odisha News

ଦୁର୍ଦ୍ଦାନ୍ତ ମାଓନେତା ପାପାରାଓ ମୃତ: ତାଲମେଟଲା ନକ୍ସଲ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ !

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଛତିଶଗଡ଼ର୍ ଟପ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ପାପାରାଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି।

ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ବଡ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏଥିରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ ।

ଛତିଶଗଡ-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିବା ବେଳେ ତା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଛତିଶଗଡ ସରକାର ଘୋଷଣା କରିଥିଲେ ।

ତେବେ ପାପା ରାଓର ମୃତ୍ୟୁ ନେଇ ପୋଲିସ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ ।

Leave A Reply

Your email address will not be published.