Latest Odisha News

BREAKING NEWS

ସିଦ୍ଧାର୍ଥଙ୍କ ଜନ୍ମ ଦିନରେ ରିିଲିଜ ହେଲା ବନର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହୀରୋ ସିଦ୍ଧାର୍ଥ ମାଲହୋତ୍ରାଙ୍କ ୪୦ତମ ଜନ୍ମ ଦିବସ ଅବସରରେ ତାଙ୍କର ଆଗାମୀ ଫିଲ୍ମ ବନର ଫାଷ୍ଟ ଲୁକ ଜାରୀ କରାଯାଇଛି । ସିଦ୍ଧାର୍ଥଙ୍କ ଏହା ପୂର୍ବରୁ ୨୦୨୫ରେ ରିଲିଜ ହୋଇଥିବା ପରମସୂନ୍ଦରୀ ଫିଲ୍ମ ବକ୍ସ ଅଫିସରେ ସେଭଳି କିଛି ଖାସ ବ୍ୟବସାୟ କରିପାରି ନ ଥିଲା । ବନ ଫିଲ୍ମରେ ସିଦ୍ଧାର୍ଥଙ୍କ ସହ ତମନ୍ନା ଭାଟିୟା ଅଭିନୟ କରୁଛନ୍ତି । ୧୬ ଜାନୁୟାରୀ ସିଦ୍ଧାର୍ଥଙ୍କ ଜନ୍ମଦିନ ହୋଇଥିବାରୁ ମେକର୍ସଙ୍କ ପକ୍ଷରୁ ଫାଷ୍ଟ ଲୁକ ଜାରୀ କରାଯାଇଛି ।

୧୫ ମେ ୨୦୨୬ରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ତେବେ ସେହିଦିନ ଅକ୍ଷୟ କୁମାରଙ୍କ ଭୂତବଙ୍ଗଳା ରିଲିଜ ହେବାକୁ ଥିବାରୁ ସିଦ୍ଧାର୍ଥଙ୍କ ଫିଲ୍ମକୁ ଘୁଂଚାଇ ଦିଆଯାଇଛି । ଅବଶ୍ୟ ଏ ନେଇ ଅଫିସିଆଲ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ୨ଟି ଯାକ ଫିଲ୍ମର ମେକର୍ସ ଏକତା କାପୁର ହୋଇଥିବାରୁ ସେ ନିଶ୍ଚିତ ଭାବେ ଏହାର ତାରିଖରେ ଅଦଳବଦଳ କରିବେ ବୋଲି ଆଶା କରାଯାଉଛି । ବନକୁ ଦୀପକ ମିଶ୍ର ନିର୍ଦ୍ଦେଶନା ଦେଉଛନ୍ତି । ପ୍ରାଚୀନ କାଳର ଜଙ୍ଗଲ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମର ଅଧିକାଂଶ ଶୁଟିଂ ଜଙ୍ଗଲରେ କରାଯାଇଛି ।

Leave A Reply

Your email address will not be published.