Latest Odisha News

BREAKING NEWS

Maoist banner: ରାୟଗଡ଼ାରେ ଲାଗିଛି ମାଓ ବ୍ୟାନର; ପୋଲିସର ତନାଘନା ଆରମ୍ଭ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓ ବ୍ୟାନର ଦେଖିବାକୁ ମିଳିଛି । ତେଲେଙ୍ଗାପଦର ଠାରୁ ଚନ୍ଦ୍ରପୁର ରାସ୍ତାରେ ଲାଗିଛି । ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି ।

ଏହି ବ୍ୟାନରରେ ଖଣି ଖାଦାନକୁ ବିରୋଧ କରି ଲେଖା ଯାଇଥିବା ସୂଚନାରୁ ଜଣାପଡିଛି । ମାଓ ସମର୍ଥକ ଏହି ବ୍ୟାନର ଲଗାଇଥିବା ପୁଲିସ ଅନୁମାନ କରୁଛି । ମୁନିଗୁଡ଼ା ପୁଲିସ ଘଟଣାରେ ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା ସୀମାନ୍ତ ଫୁଲବାଣୀ ଜିଲ୍ଲାରେ ଏବେ ମାଓ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡ଼ା ଜିଲ୍ଳାର ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି ।

 

Leave A Reply

Your email address will not be published.