Latest Odisha News

BREAKING NEWS

ଲଭ ଆଣ୍ଡ ୱାର: ଲିକ ହେଲା ରଣବୀର-ଆଲିଆଙ୍କ ଲୁକ

ମୁମ୍ବାଇ: ଆନିମଲର ସଫଳତା ପରେ ଏବେ ରଣବୀର କାପୁରଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାର ଉପରେ ସମସ୍ତଙ୍କ ନଜର ରହିଛି । ମଙ୍ଗଳବାର ରଣବୀର ଓ ଆଲିଆ ଭଟ୍ଟଙ୍କ ଲୁକ ଲିକ ହୋଇଛି । ଯାହାକି ଖୁବ କମ ସମୟରେ ଭାଇରାଲ ହୋଇଛି । ସଞ୍ଜୟ ଲୀଲା ଭନ୍ସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମର କାହାଣୀ ୮୦ ଦଶକର । ଏହାକୁ ଆଖି ଆଗରେ ରଖାଯାଇ ନାୟକ ଓ ନାୟିକାଙ୍କ ଲୁକ ସେ ଭଳି କରାଯାଇଛି । ତେବେ ଭିକ୍କି କୌଶଲଙ୍କ ଲୁକକୁ ଗୁପ୍ତ ରଖାଯାଇଛି । ରଣବୀରଙ୍କ ଆନିମଲ ଓ ଭିକ୍କିଙ୍କ ଛାବା ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିିଥିବାରୁ ପ୍ରଶଂସକମାନଙ୍କ ଏହି ଫିଲ୍ମ ପ୍ରତି ଉତ୍କଣ୍ଠା ରହିବା ସ୍ୱାଭାବିକ ।

ଏହା ବ୍ୟତୀତ ଭନ୍ସାଲିଙ୍କ ଫିଲ୍ମକୁ ମଧ୍ୟ ଅନେକ ଅପେକ୍ଷା କରି ରହିଥାନ୍ତି । ରଣବୀର ନିଶ ସହ କଲର ଖୋଲା ଥିବା ଶାର୍ଟ ପିନ୍ଧିଛନ୍ତି । ଆଲିୟା ହେୟାର ବ୍ୟାଣ୍ଡ ସହ ପଛକୁ ଚୁଟି ରଖିଛନ୍ତି । ସେମାନଙ୍କ କେମେଷ୍ଟ୍ରିକୁ ମଧ୍ୟ ପସନ୍ଦ କରାଯାଉଛି । ସୂଚନାଯୋଗ୍ୟ, ଭନ୍ସାଲୀ ପଦ୍ମାବତ, ଦେବଦାସ, ବାଜିରାଓ ମସ୍ତାନୀ ଓ ହୀରାମଣ୍ଡି ପରି ପ୍ରୋଜେକ୍ଟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଲିକ ହୋଇଥିବା ଏହି ଫଟୋ ନେଇ ମେକର୍ସଙ୍କ ପକ୍ଷରୁ କିଛି ବୟାନ ଆସି ନାହିଁ ।

Leave A Reply

Your email address will not be published.