Latest Odisha News

BREAKING NEWS

ଅଦାଲତରୁ ମିଳିଲା ଆଶ୍ବସ୍ତି, ଖୁବଶୀଘ୍ର ଜେଲରୁ ମୁକୁଳିବେ ଡି ବ୍ରଦର୍ସ

କଟକ: ଖୁବ ଶୀଘ୍ର ଜେଲରୁ ମୁକୁଳିବେ ଡି ବ୍ରଦର୍ସ । ସୁପ୍ରିମକୋର୍ଟଙ୍କ ପରେ ନିମ୍ନ କୋର୍ଟରୁ ମିଳିଲା ଆଶ୍ବସ୍ତି । ଧାରା ୧୨୯ ଅନୁଯାୟୀ ରୁଜୁ ମାମଲାରେ ଧଳ ଭ୍ରାତାଙ୍କୁ ଦ୍ବିତୀୟ ଅତିରିକ୍ତ ଦୌରା ଜଜ ଅଦାଲତରୁ ଆଶ୍ବସ୍ତି ମିଳିଛି । ଉଭୟ ଧଳ ଭ୍ରାତା ଗ୍ୟାଙ୍ଗଷ୍ଟର ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଆଇନ ଅନୁସାରେ ସର୍ତ୍ତରୋପ କରି ଛାଡ଼ିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଧାରା ୧୨୯ ମାମଲାରେ ସୁଶାନ୍ତ ଓ ସୁଶୀଲଙ୍କୁ ଜେଲ ହାଜତକୁ ରିମାଣ୍ଡ ନେଇ ୨୦୨୬, ଜୁଲାଇ ୨୭ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଉଭୟ ଦାୟର ହୋଇଥିବା ପୃଥକ ଆବେଦନକୁ ଅତିରିକ୍ତ ଦୌରା ଜଜ ଅଦାଲତ ଗ୍ରହଣ କରିଛନ୍ତି।

ବିଏନଏସଏସର ଧାରା ୧୩୦, ୧୩୩ ଓ ୧୩୫(୩)ରେ ଥିବା ବ୍ୟବସ୍ଥା ପାଳନ କରି ପୋଲିସ ରିପୋର୍ଟର କପି ସୁଶୀଲ ଓ ସୁଶାନ୍ତଙ୍କୁ ପ୍ରଦାନ କରିବାକୁ ଏଡିସିପି ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ଅତିରିକ୍ତ ଦୌରା ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଉଭୟ ଧଳ ଭ୍ରାତାଙ୍କୁ ଆଇନ ଅନୁସାରେ ସର୍ତ୍ତରୋପ କରି ଛାଡ଼ିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ମର୍କତନଗର ଥାନା ଆଇଆଇସିଙ୍କ ପିଆର୍‌ ଆଧାରରେ ଧାରା ୧୨୯ ମାମଲାରେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଗତ ଜୁଲାଇ ୨୭ର ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସୁଶାନ୍ତ ଓ ସୁଶୀଲ ଦୁଇ ଭାଇ ବହୁ ଅପରାଧରେ ଜଡିତ। ଏପରିକି ସେମାନଙ୍କ ବିରୋଧରେ ବହୁ ପୁରୁଣା ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.