ରାଜସ୍ଥାନ:ରାଜସ୍ଥାନ ଜିଲ୍ଲାର କୋଟରା ଥାନା ଅଞ୍ଚଳରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଜିପ୍ ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ଗଭୀର ଖାଇକୁ ଖସି ପଡିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜିପ୍ ଟି ବିଲୱାନ ଗ୍ରାମରୁ କୋଟଡା ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଯାଉଥିଲା। ବାଟରେ, ଡିଙ୍ଗାୱାରୀ ନିକଟରେ, ହଠାତ୍ ବ୍ରେକ୍ ଫେଲ୍ ହୋଇଗଲା ଯାହା ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲେ।
ସୂଚନା ପାଇବା ମାତ୍ରେ କୋଟଡା ପୋଲିସ ଏବଂ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ତୁରନ୍ତ କୋଟଡା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।