Latest Odisha News

BREAKING NEWS

ପୁଣି ବରଗଡ଼ରୁ ବିପୁଳ ପରିମାଣର କଫସିରଫ୍‌ ଜବତ; ୬ ଅଭିଯୁକ୍ତ ଗିରଫ

ବରଗଡ଼: ପୁଣି ବିପୁଳ ପରିମାଣରେ କଫସିରପ୍‌ ଜବତ । ଶନିବାର ବରଗଡ଼ ଟାଉନ ଥାନା ପୋଲିସ କଫସିରପ୍‌ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୧୩୦ ବୋତଲ କଫ୍‌ ସିରପ୍‌, ୨ଷ୍ଟ୍ରିପ୍‌ ନିଶା ବଟିକା, ଗୋଟିଏ ପଲସର୍‌ ବାଇକ୍‌, ଗୋଟିଏ ହୋଣ୍ଡା ଲିଭୋ ବାଇକ୍‌, ଗୋଟିଏ ଅଟୋ, ନଗଦ ୧୮୧୦ ଟଙ୍କା ଏବଂ ୫ମୋବାଇଲ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

ଗିରଫ ଅଭିଯୁକ୍ତ ହେଲେ ସତ୍ୟବାନ ପ୍ରଧାନ, ବିକ୍ରମ ପ୍ରଧାନ, ଦିଲ୍ଲୀପ ବାଦୀ,ସୁରଜ ନାଗ, ସନ୍ତୋଷ କୁମାର ପଣ୍ଡା ଏବଂ ଅନିଲ ମହାନନ୍ଦ ।

ଖବରମୁତାବକ, ଗତ ୨୧ତାରିଖ ବରଗଡ଼ ଟାଉନ ଥାନା ପୋଲିସ ୫୦୫୦ ବୋତଲ କଫ୍‌ ସିରପ୍‌ ଜବତ କରିଥିଲା । ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ୨ ନାବାଳକଙ୍କୁ ଅଟକ ରଖିଥିଲା।

Leave A Reply

Your email address will not be published.