ନୂଆଦିଲ୍ଲୀ: ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି । ଚଳିତବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ।
ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସାମରିକ ଶକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିଛି । ସାମରିକ ପରେଡ ସହିତ ରାଜ୍ୟ ଏବଂ ବିଭାଗ ଗୁଡିକର ପ୍ରଜ୍ଞାପନ ମେଢ ଗୁଡିକ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି । ଏହି ପରେଡ ଆଧୁନିକ ଭାରତ, ଏକ ବିକାଶଶୀଳ ଭାରତ ଏବଂ ଭାରତୀୟ ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିଛି ।
ଏହି ଅବସରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଆଇଏଏଫ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁ ସମ୍ମାନିତ ହୋଇଛନ୍ତି । ଅଶୋକ ଚକ୍ର ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାମରିକ ସମ୍ମାନ ।
ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ର ପ୍ରଦାନ କରାଯାଇଛି । ୨୦୨୫ ଜୁନ ୨୫ରେ ଐତିହାସିକ ଆକ୍ସିଅମ ମିଶନ-୪ରେ ସେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଭାରତୀୟ ଭାବେ ସେ ମହାକାଶ କେନ୍ଦ୍ରକୁ ଯାଇଥିଲେ । ଆଇଏସ୍ଏସ୍ରେ ଦୀର୍ଘ ୧୮ ଦିନ ରହଣୀ କରିଥିଲେ । ଏହି ସମୟ ଭିତରେ ସେ ୬୦ଟି ବୈଜ୍ଞାନିକ ପରୀକ୍ଷା କରିଥିଲେ । ସେଥିରୁ ଇସ୍ରୋର ୭ଟି ପରୀକ୍ଷା ସାମିଲ ଥିଲା ।