Latest Odisha News

BREAKING NEWS

ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ

ଜଗତସିଂହପୁର:ଗଣତନ୍ତ୍ର ଦିବସରେ କୁଜଙ୍ଗ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଛାତ୍ର ଜଣଙ୍କ ହେଲେ ଓମ୍ ପ୍ରକାଶ ଦ୍ବିବେଦୀ । ଖବରମୁତାବକ, କୋଚିଂ ସେଣ୍ଟର ଛାତ ଉପରୁ ଜାତୀୟ ପତାକା ଅବତରଣ ବେଳେ ଏଥିରେ ଲାଗିଥିବା ଜିଆଇ ରଡ୍ ଛାତ ଉପର ବିଦ୍ୟୁତ ତାରରେ ଲାଗିଯାଇଥିଲା ।

ଛାତ୍ରଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଛାତ୍ର ଜଣକ ୧୦ମ ଶ୍ରେଣୀ ର ଛାତ୍ର ଓମ୍ ପ୍ରକାଶ ଦ୍ବିବେଦୀ । ସେ କୁଜଙ୍ଗ ସମାଗୋଳରେ ନିଜ ମାମୁଙ୍କ ଘରେ ରହି ପାଠ ପଢୁଥିଲେ ।

କୋଚିଂ ସେଣ୍ଟର ଉପରେ ୧୧ କେଭି ତାର ଯାଇଥିବା ବେଳେ କୋଚିଂ ସେଣ୍ଟରମାଲିକ କିପରି ଛାତ୍ରଙ୍କୁ ପତାକା ଖୋଲିବାକୁ ପଠାଇଲେ ଏନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.