Latest Odisha News

BREAKING NEWS

Tobacco Ban:ଓମଫେଡ୍‌ ବୁଥରେ ଗୁଟଖା ବିକିଲେ ଆକ୍ସନ…ହେବ ଲାଇସେନ୍ସ ବାତିଲ

ଭୁବନେଶ୍ବର:ବିଏମ୍‌ସି ଅଞ୍ଚଳରେ ଗୁଟ୍‌ଖା ବିକ୍ରି ସମ୍ପୂର୍ଣ୍ଣ ନିଷେଧ । ଭେଣ୍ଡିଂ ଜୋନ୍,ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ । ଲାଇସେନ୍ସ ବାତିଲ ନେଇ ବିଏମ୍‌ସି(ଭୁବନେଶ୍ଵର ମହାନଗର ନିଗମ)ର ଚେତାବନୀ । ଆଜି ବିଏମସିର କର୍ପୋରେସନ ବୈଠକରେ ଏହି ନିଷ୍ପତି ହୋଇଛି ।

ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବ୍ୟାନ କରିଛନ୍ତି । ଏବେ ଜୋରଦାର୍ ହେବ ଗୁଟୁଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ । ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି। ଏହା ଛଡ଼ା ବିଏମସି ଅଞ୍ଚଳରେ ଗୁଟଖା ହୋର୍ଡିଂ ବାହାର କରିବାକୁ ନିଷ୍ପତ୍ତି ହୋଇଛି ।

ନିଶା ଦ୍ରବ୍ୟକୁ ଯାଞ୍ଚ କରିବା ନେଇ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଗଠନ କରାଯିବା ସହ ଏହାକୁ କଡାକଡି ଲାଗୁ ହେବ ।

Leave A Reply

Your email address will not be published.