Ajit Pawar Plane Crash: ଏହା ଦୁର୍ଘଟଣା ଥିଲା, ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ… ଅଜିତଙ୍କ ଦେହାନ୍ତ ପରେ କହିଲେ ଶରଦ ପାୱାର
ମହାରାଷ୍ଟ୍ର:ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁରେ ଶରଦ ପାୱାର ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାରେ ରାଜନୀତି ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହା ଏକ ଦୁର୍ଘଟଣା ଥିଲା କହିଛନ୍ତି। ପାୱାର କହିଛନ୍ତି, “ଏଥିରେ କୌଣସି ରାଜନୀତି ଜଡିତ ନାହିଁ।” ରାଜ୍ୟ ଏକ ବିରାଟ କ୍ଷତି ସହିଛି ଯାହା ପୂରଣ ହୋଇପାରିବ ନାହିଁ। ଏହି ଦୁଃଖଦ ଘଟଣା ଉପରେ ରାଜନୀତି କରନ୍ତୁ ନାହିଁ।
ଅଜିତଙ୍କ ଦାଦା ଶରଦ ପାୱାର ଏହି ଦୁଃଖଦ ଘଟଣା ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ, “ଏଠାରେ କୌଣସି ଷଡ଼ଯନ୍ତ୍ର ନାହିଁ; ଏହା ସମ୍ପୂର୍ଣ୍ଣ ଭାବରେ ଏକ ଦୁର୍ଘଟଣା।”
ସୂଚନାଥାଉକି, ସରକାର ରାଜ୍ୟରେ ତିନି ଦିନିଆ ରାଷ୍ଟ୍ର ଶୋକ ଘୋଷଣା କରିଛନ୍ତି। ଅଜିତ ପାୱାରଙ୍କ ଶେଷକୃତ୍ୟ ଗୁରୁବାର ସକାଳ ୧୧ଟାରେ ବାରାମତିରେ କରାଯିବ।
ବୁଧବାାର ଏକ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୬ ବର୍ଷ ଥିଲା। ମୁମ୍ବାଇରୁ ବାରାମତୀ ଯାଉଥିବା ତାଙ୍କର ଜେଟ୍ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି
ଆଗାମୀ ସ୍ଥାନୀୟ ନିର୍ବାଚନ ପାଇଁ ପ୍ରଚାର ପାଇଁ ଚାରୋଟି ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ଅଜିତ ପାୱାର ବୁଧବାର ସକାଳ ପ୍ରାୟ ୮:୧୦ସମୟରେ ପୁଣେ ଜିଲ୍ଲାର ବାରାମତି ଅଭିମୁଖେ ମୁମ୍ବାଇ ଛାଡିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ, ସକାଳ ପ୍ରାୟ ୮.୪୫ ସମୟରେ ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା।