Latest Odisha News

BREAKING NEWS

ଆସାମରେ ୮ ବେଆଇନ୍ ସଂଗଠନର ସମୂହ ଆତ୍ମସମର୍ପଣ

ଗୌହାଟୀ: ଆସାମରେ ଗୁରୁବାର ୮ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନ ସମୂହ ଆତ୍ମସମର୍ପଣ କରିଛନ୍ତି । ଏହାକୁ ଆସାର ସରକାରଙ୍କ ବହୁତ ବଡ ସଫଳତା ଭାବେ ବିବେଚନା କରାଯାଉଛି ।

ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଛି । ମୂଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ୬୪୪ ଉଗ୍ରବାଦୀ ୧୭୭ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିଲେ ।

ଏହି ସଂଗଠନ ଗୁଡିକ ହେଲା – ୟୁନାଇଟେଡ ଲିବେରଶନ ଫ୍ରଂଟ, ନେଶନାଲ ଡେମୋକ୍ରାଟିକ ଫ୍ରଂଟ ଅଫ ଇଣ୍ଡିଆ, ଆରଏନଏଲଏଫ,କେଏଲଓ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓବାଦୀ), ନେଶନାଲ ସଂସ୍ଥାଲ ଲିବେରେଶନ ଆର୍ମି, ଆଦିବାସୀ ଡ୍ରାଗନ ଫାଇଟର ଓ ନେଶନାଲ ଫଂଟ ଅଫ ବଙ୍ଗାଳୀ ।

ଚଳିତ ମାସରେ ଏନଡିଏଫବି ସରକାରଙ୍କ ସହ ଆତଙ୍କ ଅଭିଯାନ ବନ୍ଦ କରିବା ନେଇ ତ୍ରିପାକ୍ଷିକ ଚୁକ୍ତି କରିଥିଲା ।

Comments are closed.