ସୁନ୍ଦରଗଡ: ସାଉଥ ଏସିଆନ ଫୁଟବଲ ଚାମ୍ପିୟନଶିପ ପାଇଁ ଏଆଇଏଫଏଫ ଶୁକ୍ରବାର ୧୯ ବର୍ଷରୁ କମ ମହିଳା ଫୁଟବଲ ଦଳର ଘୋଷଣା କରିଛି । ଘୋଷଣା କରାଯାଇଥିବା ୨୩ଜଣିଆ ଦଳରେ ଓଡିଶାର ଆକାଶୀ ନାୟକ ସ୍ଥାନ ପାଇଛନ୍ତି । ସୁନ୍ଦରଗଡ ସ୍ପୋର୍ଟ୍ସ ହଷ୍ଟ୍ରେଲରେ ଏହି ଯୁବ ଖେଳାଳି ନିଜ ପ୍ରଦର୍ଶନ ମାଧ୍ୟମରେ ଚୟନକମିଟିକୁ ପ୍ରଭାବିତ କରିପାରିଛନ୍ତି । ସେ ଓଡିଶାର ଏକମାତ୍ର ଖେଳାଳି ଭାବେ ଏହି ଦଳରେ ସ୍ଥାନ ପାଇଛନ୍ତି । ସୁନ୍ଦରଗଡ ସ୍ପୋର୍ଟ୍ସ ହଷ୍ଟେଲରେ ୭ମ ଖେଳାଳି ଭାବେ ସେ ଜାତୀୟ ଦଳରେ ସ୍ଥାନ ପାଇବା ସୌଭାଗ୍ୟ ଅର୍ଜନ କରିଛନ୍ତି ।
ନେପାଳର ପୋଖରାରେ ଜାନୁୟାରୀ ୩୧ର ଏହି ଚାମ୍ପିୟନଶିପ ଆରମ୍ଭ ହେବ । ୩୧ରେ ଭାରତ ଆୟୋଜକ ନେପାଳକୁ ଭେଟିବ । ଏହା ପରେ ଫେବୃୟାରୀ ୨ରେ ବାଂଲାଦେଶ, ୪ରେ ଭୂଟାନକୁ ଭେଟିବ । ଆକାଶୀଙ୍କ ଚୟନ ନେଇ ସୁନ୍ଦରଗଡ ସ୍ପୋର୍ଟ୍ସ ହଷ୍ଟେଲ କୋଚ ହ୍ରିଦୟ ରଞ୍ଜନ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆକାଶୀ ନିଶ୍ଚିତ ଭାବେ ଆମ ଛାତ୍ରାବାସ, ଓଡିଶାର ନାମ ରଖିବେ ବୋଲି ହ୍ରିଦୟ ରଞ୍ଜନ କହିଛନ୍ତି ।