Latest Odisha News

BREAKING NEWS

ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧ ତାରିଖ ରବିବାର ଦିନ ପଞ୍ଜାବର ଜଳନ୍ଧର ଗସ୍ତ କରିବାର ଯୋଜନା ରହିଛି। ସେଠାରେ ସେ ଡେରା ସଚଖଣ୍ଡ ବଲ୍ଲାନର ଧାର୍ମିକ ସ୍ଥଳରେ ପୂଜା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ତାଙ୍କ ଗସ୍ତ ପୂର୍ବରୁ ସହରରେ ଇମେଲ୍ ମାଧ୍ୟମରେ ଜଳନ୍ଧର ଏବଂ ଡେରା ସଚଖଣ୍ଡ ବଲ୍ଲାନର ଚାରୋଟି ସ୍କୁଲକୁ ଟାର୍ଗେଟ କରାଯାଇଛି। ଏହି ବୋମା ଧମକ ପରେ ବର୍ତ୍ତମାନ  ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଥିଲା। ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଶନିବାର ସମ୍ପୃକ୍ତ ଅଞ୍ଚଳରେ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।

ତେବେ ଜାନୁଆରୀ ୩୧ ତାରିଖରେ ଅର୍ବାନ୍ ଇଷ୍ଟେଟର କେମ୍ବ୍ରିଜ୍ ସ୍କୁଲ, ପଠାଣକୋଟ ଚୌକ ପାଖରେ ଥିବା କେଏମଭି ସଂସ୍କୃତି ସ୍କୁଲ, ବ୍ରିଟିଶ୍ ଅଲିଭ୍ ସ୍କୁଲ ଏବଂ ସିଜେଏସ ପବ୍ଲିକ୍ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା। ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଅବସରରେ ଛୁଟି ଥିବାରୁ ଏହି ସ୍କୁଲଗୁଡ଼ିକର କ୍ୟାମ୍ପସ୍ ଖାଲି ଥିଲା। ଏହି ଧମକ ପୂର୍ଣ୍ଣ ଇମେଲ ପରେ ସହରର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି ଓ ପୋଲିସ ଏହି ଇମେଲ୍‌ର ଉତ୍ସ ଖୋଜିବା ପାଇଁ। ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଫେବୃଆରୀ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଜଳନ୍ଧରର ଆଦମପୁର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ସେ ବିମାନବନ୍ଦରର ନାମ ପରିବର୍ତ୍ତନ କରି ଶ୍ରୀ ଗୁରୁ ରବିଦାସ ଜୀ ବିମାନବନ୍ଦର ଭାବେ ଘୋଷଣା କରିବେ। ପରେ ସେ ଲୁଧିଆନାର ହାଲୱାରା ବିମାନବନ୍ଦରରେ ନୂତନ ଟର୍ମିନାଲକୁ ମଧ୍ୟ ଭର୍ଚୁଆଲ୍ ଭାବରେ ଉଦଘାଟନ କରିବେ। ବର୍ତ୍ତମାନ୍ ପରିସ୍ଥିତିରେ ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମ୍ପୂର୍ଣ୍ଣ ଯାତ୍ରା କାର୍ଯ୍ୟକ୍ରମ ସାର୍ବଜନୀନ କରାଯାଇନାହିଁ। ତଥାପି ପ୍ରଧାନମନ୍ତ୍ରୀ ଡେରା ସଚଖଣ୍ଡ ବଲ୍ଲାନରେ ପ୍ରାୟ ୪୦  ମିନିଟ୍ ବିତାଇବା ନେଇ ସୂଚନା ମିଳିଛି। ଏହି ସମୟରେ ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ଡେରା ବଲ୍ଲାନରେ ପହଞ୍ଚିପାରନ୍ତି ବୋଲି କୁହାଯାଉଛି।

ଅପରପକ୍ଷରେ ଜଳନ୍ଧରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯିବା ସହ ଡିଜିପି ସେହି ସ୍ଥାନର ସୁରକ୍ଷା ସମୀକ୍ଷା କରିଥିବା ଜଣାପଡିଛି।

 

Leave A Reply

Your email address will not be published.