ଗଞ୍ଜାମ: ଓଡ଼ିଶା ପୋଲିସ ପଶ୍ଚିମବଙ୍ଗରୁ ଆସିଥିବା ୨୧ ଫେରିବାଲାଙ୍କୁ ବାନ୍ଧିଛି । ଗିରଫ ସମସ୍ତ ୨୧ ଜଣ ପଶ୍ଚିମବଙ୍ଗ ମୁର୍ଶିଦାବାଦ କାଶିପୁର, ନଦିଆ, ପାନିପିଆ, ଭିନ୍ ନଗର, କୁଲବୁନା ଅଞ୍ଚଳର ବୋଲି ସୂଚନା ରହିଛି । ସେମାନଙ୍କ ଠାରୁ ୧୦୬୬ ମୋବାଇଲ୍ , ବ୍ୟାଟେରୀ ଓ ମଦର ବୋର୍ଡ ସହ ୫ଟି ଟ୍ୟାବଲେଟ, କିଛି ଅଳଙ୍କାର ଓ ୧୧ ଟି ମୋଟର ସାଇକେଲ ଜବତ କରାଯାଇଛି ।
ଦିନରେ ଫେରି କରୁଥିବା ବେଳେ ରାତିରେ ଏମାନେ ଚୋରି ମଧ୍ୟ କରୁଥିବା ପୋଲିସ ସନ୍ଦେହ କରୁଛି। ଗାଁ ଗହଳିର ଲୋକଙ୍କ ଠାରୁ ଚୁଟି, ମୋବାଇଲ, ବିଭିନ୍ନ ଅଦରକାରୀ ଅଳଙ୍କାର ଆଦି କିଣି ଏମାନେ ପ୍ରତି ବଦଳରେ ବିଭିନ୍ନ ଆଲୁମିନିୟମ ସାମଗ୍ରୀ ଦେଇଥାନ୍ତି । ଭଞ୍ଜନଗର ଥାନାରେ କେଶ ନମ୍ବର ୯୨/୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନାମୁତାବକ, ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଜୟନ୍ତ ମଣ୍ଡଳ, ରାବ୍ୟୁଲ ମାଲା, ଅମ୍ରିତ ମାଲଦାର, ରମିନ୍ ମାଲଦାର, ଶୁଭଜିତ୍ ମଣ୍ଡଳ, ଅଞ୍ଜନ ମାଲଦାର, କିଶୋର ମାଲଦାର, ମିଲନ ମଣ୍ଡଳ, ଅମ୍ରିତ୍ ଦାଶ, ପାଲାସା ସରକାର, ପ୍ରଦିପ ମାଲଦାର, ମୁକ୍ତାର ଶେଖ୍, ଇନ୍ଦ୍ରଜିତ ମଣ୍ଡଳ, ବିପୁଲ୍ ହାଲଦାର, ନିଖିଲ ପାଲ, ରଞ୍ଜନ ଦାସ, ପ୍ରଶନ୍ନଜିତ୍ ଦାଶ, ସୁଦିପ୍ ପାଲ୍ ଓ ଅମଜାଦ୍ ଶେଖ୍ ।