Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟରେ ରହିଛି ବୟକଟର ଲମ୍ବା ଇତିହାସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରୁ ବାଂଲାଦେଶ ଟିମ ବାଦ ପଡିବା ପରେ ଏବେ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ମନା କରିଦେଇଛି । ପୂର୍ବରୁ ସୁରକ୍ଷା ଆଳ ଦେଖାଇ ଭାରତରେ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ମନା କରି ଦେଇଥିଲା । ପରେ ଶ୍ରୀଲଙ୍କାରେ ପାକିସ୍ତାନ ସମସ୍ତ ମ୍ୟାଚ ଖେଳିବ ବୋଲି ସ୍ଥିର ହୋଇଥିଲା । ବିଶ୍ୱକପରେ ଟିମ ବୟକଟ କରିବାର ଲମ୍ବା ଇତିହାସ ରହିଛି ।

ବିଶ୍ୱକପ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହୋଇଥିଲା । ସେତେବେଳେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀଲଙ୍କାରେ ମ୍ୟାଚ ଖେଳିବା ପାଇଁ ମନା କରିଦେଇଥିଲେ । ଏଲଟିଟିଇ ପକ୍ଷରୁ କଲମ୍ବୋରେ ବିଶ୍ୱକପ ଠିକ ପୂର୍ବରୁ ଏକ ବ୍ୟାଙ୍କରେ ବଡ ଧରଣର ବିସ୍ଫୋରଣ କରାଯାଇଥିଲା । ଏଥିରେ ୯୧ ଲୋକ ମୃତ୍ୟୁବରଣ କରିଥିଲେ । ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ଓହରିଯିବାର ଫାଇଦା ଶ୍ରୀଲଙ୍କାର ହୋଇଥିଲା । ଦଳ ଏହା ପରେ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହୋଇଥିଲା ।

୨୦୦୩ ବିଶ୍ୱକପରେ ଇଂଲଣ୍ଡ ତାର ମ୍ୟାଚ ଜିମ୍ବାୱେରେ ଖେଳିବା ପାଇଁ ମନା କରି ଦେଇଥିଲା । ସେ ସମୟରେ ଜିମ୍ବାୱେରେ ରାଜନୈତିକତା ଅସ୍ଥିରତା ଲାଗି ରହିଥିଲା । ନ୍ୟୁଜିଲାଣ୍ଡ ମଧ୍ୟ ସୁରକ୍ଷା କାରଣ ଦର୍ଶାଇ କେନିୟାରେ ମ୍ୟାଚ ଖେଳିବାକୁ ମନା କରି ଦେଇଥିଲା । ଏହି ସମସ୍ତ ଘଟଣାରେ ଟିମଗୁଡିକ ବିରୋଧରେ ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଏବେ ପାକିସ୍ତାନ ଭାରତ ବିପକ୍ଷରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ ମନା କରିବା ପରେ ଆଇସିସି କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.