Latest Odisha News

BREAKING NEWS

ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଛି ସାଢେ ୯କେଜି ରୁପାରେ ପ୍ରସ୍ତୁତ ୨୦ ଲକ୍ଷର ରୂପା ଡଙ୍ଗା

କଟକ: କଟକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ଗୁଡିକ ମଧ୍ୟରେ ରହିଛି ପ୍ରସିଦ୍ଧ ରୂପା ତାରକସି କାମର ଏକ ହବ୍ । ଏଥିରେ ୪ଟି ଦୋକାନୀଙ୍କ ସହ ୫ଜଣ କାରିଗର ଓ କଟକିଆ ତାରକସୀ ହବ୍ ପକ୍ଷରୁ ୬ରୁ ଅଧିକ ଷ୍ଟଲ କରାଯାଇଛି । ଏଥିରେ ଅନ୍ୟାନ୍ୟ ରୂପା ସାମଗ୍ରୀ ମଧ୍ୟରେ ରହିଛି ୯କେଜି ରୁପାରେ ପ୍ରସ୍ତୁତ ଏକ ଡଙ୍ଗା । ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ।

ସେହିପରି ୩ କେଜିରେ ମୟୂର, ୮ଶହ ଗ୍ରାମରେ ଜଗନ୍ନାଥ ମନ୍ଦିର ପରି ସାମଗ୍ରୀ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ସହଯୋଗରେ ଓରମାସ୍ ଗେଟ୍ ସମ୍ମୁଖରେ କଟକର ପ୍ରସିଦ୍ଧ ରୂପା ତାରକସି କାମର ଏକ ହବ୍ ହୋଇଛି । କଟକର ରୁପା କାରିଗରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି ।

ରୁପା ତାରକସୀ କାମର ଡେମୋ ମଧ୍ୟ ପ୍ରଦର୍ଶନ କରାଯାଇଛି । ରୁପାର ଝୁଣ୍ଟିଆ, ବ୍ରେସ୍ ଲେଟ୍ ରୁ ଆରମ୍ଭ କରି ଉପହାର ଦେବା ପାଇଁ ରୁପାର କୋଣାର୍କ ମନ୍ଦିର, ଘୋଡା, ଜଗନ୍ନାଥ, ମୟୂର ଇତ୍ୟାଦି ରହିଛି। ଏସବୁର ମୂଲ୍ୟ ୨ଶହ ଟଙ୍କାରୁ ଆରମ୍ଭ କରି ୩ ଲକ୍ଷ ଟଙ୍କା ଯାଏ ରହିଛି । ବାଲିଯାତ୍ରାରେ ହଜାର ହଜାର ଲୋକଙ୍କୁ ରୁପା କାମର ଅଧିକ ଡିଜାଇନ୍ ଦେଖାଇବାକୁ ସୁଯୋଗ ମିଳିଥାଏ ।

Leave A Reply

Your email address will not be published.