Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ବର୍ଷିଲେ ଦିଦି, ଇସିଆଇଙ୍କୁ ତାଚ୍ଛଲ୍ୟ

କୋଲକତା: ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଥିବା ବେଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୁପ୍ରିମକୋର୍ଟ ପରିସରରେ ଉପସ୍ଥିତ ରହି ବର୍ଷିଲେ ଦିଦି। ଏସଆଇଆର ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ ମାମଲାରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେଉଥିଲା । ତେବେ ଆବେଦନକାରୀ ନୁହେଁ ବରଂ ମତ ରଖିଥିଲେ ମମତା ବାନାର୍ଜୀ । ସେ ଇସିଆଇଙ୍କୁ ତାତ୍ସଲ୍ୟ କରିଛନ୍ତି । ସେ ନିର୍ବାଚନ କମିଶନଙ୍କୁ ହ୍ବାଟ୍ସଆପ କମିଶନ କରି ଟାର୍ଗେଟ ମଧ୍ୟ କରିଛନ୍ତି ।

ଇସିଆଇ ସାଧାରଣ ଅର୍ଡରୁ ହ୍ବାଟ୍ସଆପରେ ଦେଇଥିବାବେଳେ ଏଭଳି କହି ସମାଲୋଚନା ମଧ୍ୟ କରିଛନ୍ତି । ସେପଟେ ଏହି ମାମଲାର ଶୁଣାଣି ଆସନ୍ତା ୯ ତାରିଖରେ ହେବ । ସେତେବେଳେ ମଧ୍ୟ ମମତା ଉପସ୍ଥିତ ରହିଥିଲେ। ଏହାସହ ମମତା କହିଥିଲେ କି, ଭୋଟରଙ୍କୁ ଯୋଡ଼ିବା ପାଇଁ ନୁହେଁ ବରଂ ବାଦ ଦେବାକୁ କେବଳ ଏହି ଏସଆଇଆର ପ୍ରକ୍ରିୟା । ଆସାମକୁ ନୁହେଁ କେବଳ ବେଙ୍ଗଲକୁ କାହିଁକି ଟର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି । ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ, ଆମେ କୃତଜ୍ଞ ରହିବୁ ବୋଲି କହିଛନ୍ତି ମମତା ।

ଏପଟେ ନିର୍ବାଚନ କମିଶନଙ୍କୁ ଆସନ୍ତା ସୋମବାର ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । କହି ରଖୁଛୁ କି, ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା SIR ପ୍ରକ୍ରିୟାକୁ ବିରୋଧ କରିଆସୁଛନ୍ତି ଦିଦି । ପଶ୍ଚିମବଙ୍ଗରେ SIR ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଗତ ଡିସେମ୍ବର ୨୫ରେ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୫୮ ଲକ୍ଷ ଲୋକଙ୍କ ଭୋଟର ଲିଷ୍ଟରୁ ନାଁ କଟାଯାଇଛି । ଏହା ବେଆଇନ ବୋଲି ଅଭିଯୋଗ କରିଛନ୍ତି ମମତା ।

Leave A Reply

Your email address will not be published.