Latest Odisha News

BREAKING NEWS

ରାଜ୍ୟରେ ସାଙ୍ଘାତିକ ଭାବେ ବଢୁଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା, ଏହି ଜିଲ୍ଲାରେ ସର୍ବାଧିକ..

ଭୁବନେଶ୍ଵର: ଦିନକୁ ଦିନ କ୍ୟାନସର ହଟ ସ୍ପଟ ବନୁଛି ଓଡିଶା । ବିଶ୍ଵ କ୍ୟାନ୍ସର ଦିବସରେ ଓଡିଶାକୁ ନେଇ ଆସିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ । ୨୦୨୫-୨୬ ବର୍ଷରେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହେଉଛନ୍ତି । ୨୦୨୫-୨୬ ଜାନୁଆରୀ ସୁଦ୍ଧା ରାଜ୍ୟରେ ୨୩ ହଜାର ୧୩୧ ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି ।

ତଥ୍ୟ ମୁତାବକ, ସବୁଠୁ ଅଧିକ କ୍ୟାନ୍ସର ରୋଗୀ କଟକରୁ ଚିହ୍ନଟ ହୋଇଛନ୍ତି । କଟକରୁ ୪୭୭୯ ରୋଗୀ ରହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୭୮, ଯାଜପୁରରେ ୧୧୫୩, ଜଗତସିଂହପୁରରେ ୧୮୨୨, ବାଲେଶ୍ଵରରେ ୧୫୪୬ ଓ ଭଦ୍ରକରେ ୧୪୩୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଡାଇଗନୋସିସ ହେବାର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ଏହି ୬୦ ପ୍ରତିଶତ ମୃତ୍ୟୁକୁ କମାଇବା ପାଇଁ ସରକାର ଚାହୁଁଛନ୍ତି । କ୍ୟାନ୍ସର ଭଳି ରୋଗକୁ କିଭଳି ଭାବରେ ଜଲଦି ଚି଼ହ୍ନଟ କରାଯିବ ସେନେଇ ଗାଁ ଗାଁ ବୁଲି ସଚେତନତା କରିବେ ଏସଏଚଜି ଗ୍ରୁପ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.