Latest Odisha News

ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍, ଟ୍ରାକରୁ ଖସିଲା ୩ ବଗି

ଭୁବନେଶ୍ୱର: ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଯଖପୁରା ରେଳଷ୍ଟେସନ୍‌ ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହେଲା ଏମଜିଆର-ଚେନ୍ନାଇ ସେଣ୍ଟ୍ରାଲ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍। କୌଣସି କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି। ଏହି ଟ୍ରେନ୍‌ ଦୁର୍ଘଟଣାରେ କେହି ମୃତାହତ ନାହାଁନ୍ତି। ପୂର୍ବତଟ ରେଳବାଇ ମୁଖ୍ୟ ଲୋକ ସଂପର୍କ ଅଧିକାରୀ ଦେଇଛନ୍ତି ସୂଚନା।

ଦୁର୍ଘଟଣାର କାରଣ ଖୋଜିବା ପାଇଁ ଘଟଣାସ୍ଥଳକୁ ଗଲେ ବରିଷ୍ଠ ଅଧିକାରୀ। ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଯୋଜନା ହୋଇଛି। ଆଜି ଭୁବନେଶ୍ୱରରୁ ଏମଜିଆର-ଚେନ୍ନାଇ ସେଣ୍ଟ୍ରାଲ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ କଲିକତା ଅଭିମୁଖେ ଆସୁଥିଲା। ହଠାତ କୌଣସି କାରଣରୁ ଯଖପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ତିନୋଟି ବଗି ଖସି ଯାଇଥିଲା। ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି। ସେପଟେ ଖବର ପାଇ ବରିଷ୍ଠ ଅଧିକାରୀ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.