Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଉଦଘାଟନୀ ଉତ୍ସବରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକମ

ମୁମ୍ବାଇ: ଟି୨୦ ବିଶ୍ୱକପ ୨୦୨୭ ଫେବୃୟାରୀ ୭ରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲାରେ ପାକିସ୍ତାନ-ନେଦରଲାଣ୍ଡସ ଓ ଭାରତ-ଆମେରିକା ମଧ୍ୟରେ ମ୍ୟାଚ ହେବ । ଏହା ପୂର୍ବରୁ ଉଦଘାଟନୀ ଉତ୍ସବରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ରିଷଭ ରିଖିରାମ ଶର୍ମା ଓ ସିୱାମଣି ୱାଙ୍ଖେଡ ଷ୍ଟାଡିୟମରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । ଲୋକପ୍ରିୟ ର‌୍ୟାପର ବାଦଶାହ ଓ ଅଭିନେତ୍ରୀ ନୋରା ଫତେହୀ ମଧ୍ୟ ପ୍ରଦର୍ଶନ କରିବେ ।

ଆଇସିସି ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ପ୍ରଦାନ କରିଛି । ଅପରାହ୍ନ ୪ଟା ବେଳେ ଷ୍ଟାଡିୟମର ଗେଟ ଖୋଲାଯିବ । ମ୍ୟାଚର ଟିକେଟଧାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ସମୟ ଅନୁସାରେ ଷ୍ଟାଡିୟମରେ ପଂହଚିବାକୁ ଆଇସିସି ପକ୍ଷରୁ ପ୍ରଶଂସକଙ୍କୁ ଅନୁରୋଧ କରାଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ଓ ଭାରତୀୟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ରହିବେ । ରୋହିତଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିଥିବାରୁ ତାଙ୍କୁ ଏଥର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.