Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ସ୍କଲାରଶିପ୍ ପୋର୍ଟାଲ୍

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ସ୍କଲାରଶିପ୍ ପୋର୍ଟାଲକୁ ଆଉଥରେ ଖୋଲା ଯାଇଛି । ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୬ ଫେବୃଆରୀରୁ ୨୬ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ । ଏହି ସମୟସୀମା ପରେ ଆଉ କୌଣସି ବୃଦ୍ଧି ହେବ ନାହିଁ । ଅବଶିଷ୍ଟ ଖାଲି ଆସନ ପାଇଁ ନୂଆ ଆବେଦନ କରି ପାରିବେ ।

ପୋର୍ଟାଲ୍ ପୁନଃଖୋଲା ହେବା ସହିତ ଇ-ମେଧାବୃତ୍ତି (ୟୁଜି ମେରିଟ୍), ଇ-ମେଧାବୃତ୍ତି (ପିଜି ମେରିଟ୍), ଇ-ମେଧାବୃତ୍ତି (ଟେକ୍ନିକାଲ୍ ଓ ପ୍ରୋଫେସନାଲ୍), ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନା ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅନ୍ତର୍ଗତ ସ୍କଲାରସିପ୍ ଯୋଜନାଗୁଡ଼ିକରେ ଆବେଦନ କରାଯାଇ ପାରିବ ।

ନନ୍-ସାମ୍ସ ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଲକର ମାଧ୍ୟମରେ ଆବଶ୍ୟକ ଦଲିଲ ଅପଲୋଡ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି, ଯାହାଦ୍ୱାରା ଆବେଦନର ଶୀଘ୍ର ସତ୍ୟାପନ ସମ୍ଭବ ହେବ। ଅନଲାଇନ୍ ଆବେଦନ ସମୟରେ କୌଣସି ସମସ୍ୟା ହେଲେ, ଇ-ମେଲ୍ ମାଧ୍ୟମରେ scholarshiphed@gmail.com ଠିକଣାକୁ ଅଭିଯୋଗ ପଠାଇ ପାରିବେ । ଛାତ୍ରଛାତ୍ରୀମାନେ ସରକାରୀ ସ୍କଲାରଶିପ୍ ପୋର୍ଟାଲରେ ଉପଲବ୍ଧ FAQs ଦେଖି ପାରିବେ କିମ୍ବା କାର୍ଯ୍ୟଦିବସରେ ୦୬୭୪-୨୩୯୬୫୫୦, ୦୬୭୪-୨୩୯୧୧୨୬, ୦୬୭୪-୨୩୯୧୧୨୭, ୦୬୭୪-୨୩୯୧୧୨୮ ନମ୍ବରରେ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରି ପାରିବେ ।

Leave A Reply

Your email address will not be published.