ସୁଡାନ: ସୁଡାନରେ ତିନି ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ଦେଶର ମାନବିକ ସଙ୍କଟକୁ ଆହୁରି ତୀବ୍ର କରୁଛି। ସେନା ଏବଂ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଚାଲିଥିବା ସଂଘର୍ଷ ଦେଶର ରାଜନୈତିକ ସ୍ୱଚ୍ଛତାକୁ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ କରିଛି। ଏହାରି ମଧ୍ୟରେ ଶନିବାର ସୁଡାନର ଉତ୍ତର କୋର୍ଡୋଫାନ୍ ପ୍ରଦେଶର ରାହାଦ ନିକଟରେ ଏକ ଡ୍ରୋନ୍ ଆକ୍ରମଣରେ ଆଠ ଜଣ ଶିଶୁଙ୍କ ସମେତ ଅତି କମରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ଦେଶର କୁଖ୍ୟାତ ଅର୍ଦ୍ଧସାମରିକ ଗୋଷ୍ଠୀ, ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା କରାଯାଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି। ଏହି ଆକ୍ରମଣ ଦୁବେକିର ଅଞ୍ଚଳରୁ ପଳାୟନ କରୁଥିବା ବିସ୍ଥାପିତ ଲୋକଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଟାର୍ଗେଟ କରିଥିଲା। ଡାକ୍ତର ନେଟୱାର୍କ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଏହି ଅପରାଧ ପାଇଁ ଆରଏସଏଫ ନେତୃତ୍ୱକୁ ସିଧାସଳଖ ଦାୟୀ କରିବା ପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ମାନବାଧିକାର ସଂଗଠନଗୁଡ଼ିକୁ ନିବେଦନ କରିଛି।
ଅପରପକ୍ଷରେ ଆରଏସଏଫ ପକ୍ଷରୁ ଏପର୍ଯ୍ୟନ୍ତ ଆକ୍ରମଣକୁ ନେଇ କୌଣସି ମନ୍ତବ୍ୟ ଦିଆଯାଇନାହିଁ।