Latest Odisha News

BREAKING NEWS

Bike Lootera: ୫ ଚୋରଙ୍କୁ ବାନ୍ଧିଲା ପୋଲିସ୍; ୧୫ ବାଇକ୍‌ ଜବତ

ଖୋର୍ଦ୍ଧା:ନିରାକାରପୁର ଅଞ୍ଚଳରେ ପୁଲିସକୁ ବଡ଼ ସଫଳତା ମିଳିଛି । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଇକ୍ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୧୫ଟି ବାଇକ୍‌ ଜବତ କରାଯାଇଛି ।

ପୁଲିସ ଚଢ଼ାଉରେ ୧୫ଟି ଚୋରା ମୋଟରସାଇକେଲ, ଭଙ୍ଗା ମୋଟରସାଇକେଲ ଯନ୍ତ୍ରାଂଶ ଓ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଉକ୍ତ ଜବତ ବାଇକ୍ ଗୁଡିକ ମଧ୍ୟରେ ହିରୋ ଗ୍ଲାମର, ହିରୋ ସ୍ପ୍ଲେଣ୍ଡର, ପଲସର ୨୨୦F, ହୋଣ୍ଡା ସିବି ୟୁନିକର୍ଣ୍ଣ, ହିରୋ HF ଡିଲକ୍ସ ଓ CT 110X ଭଳି ଗାଡ଼ି ରହିଛି ।

ସୂଚନାଥାଉକି, ୬ ତାରିଖ ସନ୍ଧ୍ୟା ସମୟରେ ନିରାକାରପୁର କଲେଜ ଛକ ନିକଟରେ ସାଧାରଣ ପାଟ୍ରୋଲିଂ ସମୟରେ ଏକ ସନ୍ଦେହଜନକ ବାଇକ୍ ଚାଳକକୁ ଅଟକାଇଥିଲା ପୁଲିସ । ଏହି ସମୟରେ ସେ ଫେରାର ହେବାକୁ ଚେଷ୍ଟା କରିଥିଲା କିନ୍ତୁ ପୋଲିସ ତାଙ୍କୁ ଧରିଥିଲା । ଏହାପରେ ବାଇକ୍ ସମ୍ପର୍କିତ କାଗଜପତ୍ର ଦେଖାଇ ପାରିନଥିବାରୁ ତଦନ୍ତ କରାଯାଇଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ, ଏହି ଅଭିଯୁକ୍ତ ସହ ଅନ୍ୟ ସହଯୋଗୀମାନେ ଜଟଣୀ, ଖୋର୍ଦ୍ଧା ସହର, ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରୁ ବାଇକ୍ ଚୋରି କରି ବିକ୍ରି କରୁଥିଲେ ।

Leave A Reply

Your email address will not be published.