Latest Odisha News

BREAKING NEWS

ଭାରତୀୟ ବୈଜ୍ଞାନିକଙ୍କ କମାଲ, ଆସିଲା ସବୁଠୁ ପାୱାରଫୁଲ ଚିପ୍… 

ନୂଆଦିଲ୍ଲୀ: ଭାରତ ସ୍ମାର୍ଟଫୋନ୍ ଏବଂ ଚିପ୍ ପ୍ରଯୁକ୍ତିବିଦ୍ୟା ଓ ସେମିକଣ୍ଡକ୍ଟର ଜଗତରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି।ପୂର୍ବରୁ ଆମେ ଚିପ୍ସ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ରହୁଥିଲୁ କିନ୍ତୁ ବର୍ତ୍ତମାନ ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦର କ୍ୱାଲକମ୍ ବୈଜ୍ଞାନିକମାନେ ମିଳିତ ଭାବରେ ବିଶ୍ୱର ସବୁଠାରୁ ଉନ୍ନତ 2nm ଚିପ୍ ଡିଜାଇନ୍ କରିଛନ୍ତି ଯାହାକି ବର୍ତ୍ତମାନ ଇତିହାସ ସୃଷ୍ଟି କରିଛି।

ଏହି ସଫଳତା ଦ୍ଵାରା ଭବିଷ୍ୟତରେ ମୋବାଇଲ୍ ଗତି, ବ୍ୟାଟେରୀ ଏବଂ AI କାର୍ଯ୍ୟଦକ୍ଷତା ରେ ଅଗ୍ରଗତି ହେବା ନେଇ ମଧ୍ୟ ଆଶା କରାଯାଉଛି। ଆମେରିକୀୟ ଟେକ୍ ଜାଏଣ୍ଟ କ୍ୱାଲକମ୍ ଏହାର ଭାରତୀୟ ଇଞ୍ଜିନିୟରିଂ କେନ୍ଦ୍ରରେ ୨-ନାନୋମିଟର ଚିପ୍ ଡିଜାଇନର ଟେପ୍-ଆଉଟ୍ ସମାପ୍ତ କରିଛି।

ତେବେ ଏହି ଟେପ୍-ଆଉଟ୍ ହେଉଛି ଚିପ୍ ନିର୍ମାଣ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ। ଯେଉଁଠାରେ ଡିଜାଇନ୍ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଥାଏ ଓ ଚିପ୍ ଉତ୍ପାଦନ ପାଇଁ କାରଖାନାକୁ ପଠାଯାଇଥାଏ। 2nm ପ୍ରଯୁକ୍ତିବିଦ୍ୟା ଅର୍ଥ ହେଉଛି ଏହି ଚିପ୍ସଗୁଡ଼ିକ ସବୁଠାରୁ ଛୋଟ, ସବୁଠାରୁ ଶକ୍ତିଶାଳୀ ଏବଂ ଶକ୍ତି-ଦକ୍ଷ ପ୍ରୋସେସର ଭାବରେ ପରିଚିତ ହୋଇପାରିବ। ଖାସ୍ କଥା ହେଉଛି ଆମେରିକା ବାହାରେ ଭାରତରେ କ୍ୱାଲକମର ସବୁଠାରୁ ବଡ଼ ଇଞ୍ଜିନିୟରିଂ ସେଟଅପ୍ ଅଛି। ଭାରତ ସରକାରଙ୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବେଙ୍ଗାଲୁରୁରେ କ୍ୱାଲକମର ସଫଳତାକୁ ପ୍ରଶଂସା କରିଛନ୍ତି।

ତେବେ ଯେତେବେଳେ ଏହି 2nm ଚିପ୍ ଆପଣଙ୍କ ସ୍ମାର୍ଟଫୋନ୍ କିମ୍ବା ଡିଭାଇସରେ ସଂସ୍ଥାପିତ ହେବ ସେତେବେଳେ ସାଧାରଣ ଜନତା ତିନୋଟି ପ୍ରମୁଖ ଲାଭ ଅନୁଭବ କରିବେ:-

ଫୋନ୍ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ଚାଲିବ ଏବଂ ହ୍ୟାଙ୍ଗ୍ ହେବ ନାହିଁ। ଏଥିସହିତ ଏହି ଚିପ୍ସ ଖୁବକମ୍ ପାୱାର ବ୍ୟବହାର କରିବ ଯାହାକି ଫୋନ୍ ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରି ରଖିବ। ଏଥିସହିତ ଫୋନରେ ଉପସ୍ଥିତ ଥିବା କୃତ୍ରିମ ବୁଦ୍ଧିମତ୍ତା (AI) ଅଧିକ ସ୍ମାର୍ଟ ଉପାୟରେ କାମ କରିପାରିବ।

 

Leave A Reply

Your email address will not be published.