ନୂଆଦିଲ୍ଲୀ: ୨୮ ଫେବୃଆରୀ, ୨୦୨୬ ସନ୍ଧ୍ୟା ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖାଯିବ। ସୂର୍ଯ୍ୟାସ୍ତ ପରେ, ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗବଳୟରେ ଛଅଟି ଗ୍ରହ ଗୋଟିଏ ଧାଡ଼ିରେ ଦେଖା ଯିବେ। ଏହି ଗ୍ରହଗୁଡ଼ିକ ହେଉଛି ବୁଧ, ଶୁକ୍ର, ଶନି, ନେପଚ୍ୟୁନ୍, ୟୁରାନସ୍ ଏବଂ ବୃହସ୍ପତି। ନାସା ଏବଂ ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ, ଏହି ବିରଳ ଗ୍ରହ ସଂରଚନା ଫେବୃଆରୀ ଶେଷରୁ ମାର୍ଚ୍ଚ ଆରମ୍ଭ ପର୍ଯ୍ୟନ୍ତ ରହିବ। ଏହା ଫେବୃଆରୀ ୨୮ ରେ ସର୍ବୋତ୍ତମ ଭାବରେ ଦେଖାଯିବ। ଏହି ଅବସର ବିଶେଷ କାରଣ ସନ୍ଧ୍ୟା ଆକାଶରେ ଏତେ ଗ୍ରହ ଏକତ୍ର ବହୁତ କମ୍ ଦେଖାଯାଆନ୍ତି। ଏହାକୁ ଅପୂର୍ବ ସଂଯୋଗ ବୋଲି କୁହାଯାଉଛି ଏବଂ ଏହା ଦୁର୍ଲଭ ମଧ୍ୟ।
ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନ ଦୃଷ୍ଟିରୁ ୨୦୨୬ ମସିହା ଏକ ଖାସ ବର୍ଷ ହେବାକୁ ଯାଉଛି। ବର୍ଷ ତମାମ କେତେକ ପ୍ରମୁଖ ଗ୍ରହ ସେମାନଙ୍କ ଚାଲ ବଦଳେଇବେ। ଏଥିରେ କିଛି ଏପରି ସଂଯୋଗ ସୃଷ୍ଟି ହେବ ଯାହା ଅତ୍ୟନ୍ତ ଦୁର୍ଲଭ ଓ ଏପରି ଦୃଶ୍ୟ ଖୁବ୍ ବିରଳ। ଏହିପରି ଏକ ବିରଳ ସଂଯୋଗ ୨୮ ଫେବୃଆରୀ ସନ୍ଧ୍ୟାରେ ଦେଖିବାକୁ ମିଳିବ ଏକକାଳୀନ ୬ଟି ଗ୍ରହ ଗୋଟିଏ ଧାଡିରେ।
ଏହାକୁ ପ୍ଲାନେଟ୍ର ପରେଡ୍ ମଧ୍ୟ କୁହାଯାଉଛି। ଏହି ସମୟରେ, ଲୋକମାନେ ଆକାଶରେ ଏକକାଳୀନ ଅନେକ ଗ୍ରହ ଦେଖିପାରିବେ। ଏହି ଘଟଣା ସୂର୍ଯ୍ୟାସ୍ତ ପରେ ଘଟିବ, ଏବଂ ଲୋକମାନେ ଆକାଶରେ ତାରା ପରି ଝଲସୁଥିବା ଏହି ଗ୍ରହଗୁଡ଼ିକୁ ଦେଖିପାରିବେ। ଏପରି ଗ୍ରହ ପରେଡ୍ ପ୍ରଥମ ଥର ନୁହେଁ। ପୂର୍ବରୁ, ୨୦୨୫ ରେ, ମଙ୍ଗଳ, ବୃହସ୍ପତି, ଶନି, ଶୁକ୍ର, ୟୁରେନସ୍ ଏବଂ ନେପଚ୍ୟୁନ୍ ଗୋଟିଏ ରାତିରେ ଦୃଶ୍ୟମାନ ହେଉଥିଲେ।
ସୂର୍ଯ୍ୟାସ୍ତର ୩୦ ମିନିଟ୍ ପରେ ପଶ୍ଚିମ ଦିଗବଳୟରେ ୬ ଗ୍ରହଙ୍କୁ ଗୋଟିଏ ଧାଡିରେ ଦେଖା ଯାଇ ପାରିବ। ଏହି ଗ୍ରହଙ୍କ ମଧ୍ୟରେ ବୁଧ, ଶୁକ୍ର, ଶନି, ନେପଚୁନ, ୟୁରାନ୍ସ ଓ ବୃହସ୍ପତି ଦେଖା ଯିବେ। ଏଥିରେ ଶୁକ୍ର ଅଧିକ ଉଜ୍ୱଳ ଦେଖାଯିବାକୁ ଥିବା ବେଳେ ବୃହସ୍ପତି ଟିକେ ଉଚ୍ଚାରେ ଦେଖାଯିବେ। ଏଥିରୁ ୪ଟି ଗ୍ରହଙ୍କୁ ଖାଲି ଆଖିରେ ଦେଖା ଯାଇ ପାରିବ। ତେବେ ନେପଚୁନ ଓ ୟୁରାନ୍ସ ଗ୍ରହଙ୍କୁ ଦେଖିବା ପାଇଁ ଦୂରବିକ୍ଷଣର ଆବଶ୍ୟକତା ପଡିବ। ହେଲେ ଗ୍ରହଙ୍କ ଏପରି ସ୍ଥିତିରୁ କଣ ହେବ ଆସନ୍ତୁ ଜାଣିବା।
ଫେବୃଆରୀ ୨୮ ତାରିଖ ବେଳକୁ ଚନ୍ଦ୍ର ପୂର୍ଣ୍ଣିମା ପାଖାପାଖି ହୋଇଥିବେ। ଚନ୍ଦ୍ର ଏହି ସମୟରେ ବୃହସ୍ପତିଙ୍କ ନିକଟରେ ଥିବ। ଚନ୍ଦ୍ରଙ୍କ ଜ୍ୟୋତିରେ ୟୁରାନ୍ସ ଓ ନେପଚୁନ ଫିକା ଦେଖାଯିବେ। ଏହା ବାସ୍ତବରେ ଅପ୍ଟିକାଲ ଇଲ୍ୟୁଜନ, କାରଣ ଗ୍ରହମାନେ ନିଜନିଜ କକ୍ଷପଥରେ ସୂର୍ଯ୍ୟଙ୍କୁ ପ୍ରଦିକ୍ଷଣ କରିଥାନ୍ତି। ହେଲେ ପୃଥିବୀରୁ ଦେଖିଲେ ସେଗୁଡିକ ଧାଡିରେ ଦେଖା ଯାଆନ୍ତି। ତେବେ ବାସ୍ତବରେ ଗ୍ରହମାନେ ସିଧା ଲାଇନରେ ନଥାନ୍ତି ବରଂ ଆକାଶରେ ବିକ୍ଷିପ୍ତ ଗତି କରିଥାନ୍ତି। ଏପରି ଦୃଶ୍ୟ କେବେ କେବେ ଦେଖାଯାଏ।