Latest Odisha News

BREAKING NEWS

୧୦ ବର୍ଷ ହେବ ପତ୍ର ଖାଇ ବଂଚିଛନ୍ତି ଏହି ଯୁବକ

ବେଙ୍ଗାଲୁର: କର୍ଣ୍ଣାଟକ ବେଲଗାୱିର ଜଣେ ଯୁବକ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରାୟ ୧୦ ବର୍ଷ ହେବ କେବଳ ପତ୍ର ଖାଇ ବଂଚି ରହିଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ । ୩୪ ବର୍ଷୀୟ ବୁଦାନ ଖାଁ ହୋସମାନୀ ପାରମ୍ପାରିକ ଭୋଜନ ତ୍ୟାଗ କରି ଦେଇଛନ୍ତି । ମାଙ୍କଡମାନଙ୍କ ଚଳଣୀ ତାଙ୍କୁ ବେଶ ପ୍ରଭାବିତ କରିଥିଲା । ସେ ପ୍ରଥମେ ଅଳ୍ପ ଅଳ୍ପ ପତ୍ର ଚୋବାଇ ଖାଇବାକୁ ଆରମ୍ଭ କଲେ । ଧୀରେ ଧୀରେ ସେ ଏଥିରେ ଅଭ୍ୟସ୍ତ ହୋଇଗଲେ । ଏବେ ଭାତ, ଡାଲି ଓ ପରିବା ତାଙ୍କୁ ଭଲ ଲାଗୁନି । ଏବେ ସେ ସମ୍ପୂର୍ଣ୍ଣ ଭାବେ ପ୍ରକୃତି ଉପରେ ନିର୍ଭର କରି ଚଳୁଛନ୍ତି ।

ବୁଦାନଙ୍କ କହିବା ଅନୁସାରେ ସେ ୧୫୦ରୁ ୨୦୦ ପ୍ରକାରର ପତ୍ର ଖାଇ ସାରିଛନ୍ତି । ଦିନକୁ ପ୍ରାୟ ୬ଥର ସେ ଏହାକୁ ଖାଇ ବଂଚୁଛନ୍ତି । ତାଙ୍କୁ ଭୋକ ଲାଗେନି ଏବଂ ସେ କୌଣସି ପ୍ରକାରର ରୋଗରେ ପଡି ନାହାନ୍ତି । ପାହାଡ ଓ ଜଙ୍ଗଲରେ ସେ ଉଚ୍ଚ ସ୍ଥାନରେ ରହି ଜୀବନ କାଟୁଛନ୍ତି । ଚିକିତ୍ସା ବିଜ୍ଞାନ ଅନୁସାରେ ପ୍ରତ୍ୟେକ ମାନବ ଶରୀରକୁ ବଂଚିବା ପାଇଁ କାର୍ବୋହାଇଡ୍ରେଟ, ପ୍ରୋଟିନ ଓ ଜୀବସାରର ଆବଶ୍ୟକତା ରହିଛି । କେବଳ ପତ୍ର ଖାଇ ଭୂଦାନ କିପରି ସମସ୍ତ ଅଭାବ ପୂରଣ କରୁଛନ୍ତି ତାହା ଗବେଷଣା କରାଯିବ ଉଚିତ ବୋଲି ଜଣେ ଡାକ୍ତର କହିଛନ୍ତି ।

Leave A Reply

Your email address will not be published.