Latest Odisha News

BREAKING NEWS

ଟ୍ରମ୍ପଙ୍କ ଧମକକୁ ଫୁ କରିଦେଲା ଇରାନ

ନୂଆଦିଲ୍ଲୀ: ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚୀ ସ୍ପଷ୍ଟ କରିଛନ୍ତି ଯେ, କୌଣସି ପ୍ରକାର ଯୁଦ୍ଧ ଧମକ ବା ଚାପ ଆଗରେ ଇରାନ ମୁଣ୍ଡ ନୁଆଁଇବ ନାହିଁ । ଆମେରିକାର ଯୁଦ୍ଧଜାହାଜ ‘ୟୁଏସଏସ ଆବ୍ରାହମ ଲିଙ୍କନ’ର ଉପସ୍ଥିତିକୁ ସେ କେବଳ ଏକ ‘ମାନସିକ ଚାପ’ ବୋଲି କହିଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ଓମାନରେ କୂଟନୈତିକ ଆଲୋଚନା ଆରମ୍ଭ ହୋଇଥିଲେ ସୁଦ୍ଧା ଅବିଶ୍ୱାସର ପାଚେରୀ ଏବେ ବି ଛିଡ଼ା ହୋଇଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆଲୋଚନାକୁ ‘ଖୁବ୍ ଭଲ’ ବୋଲି କହୁଥିବା ବେଳେ, ଅନ୍ୟପଟେ ଇରାନ ସହ ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ ଉପରେ ନୂଆ ପ୍ରତିବନ୍ଧକ ଲଗାଉଛନ୍ତି । ଏହାକୁ ନେଇ ଇରାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।

ପରମାଣୁ ବୋମାର ଅସଲ ଶକ୍ତି ‘ନ୍ୟୁକ୍ଲିୟର ଫିଜନ’ରୁ ଆସିଥାଏ। ଇରାନର ଦାବି ହେଉଛି, ତାଙ୍କର କାର୍ଯ୍ୟକ୍ରମ କେବଳ ଶକ୍ତି ଏବଂ ଗବେଷଣା ପାଇଁ ଉଦ୍ଦିଷ୍ଟ। କିନ୍ତୁ ଆମେରିକା ଏବଂ ଇସ୍ରାଏଲ୍‌କୁ ଡର ଯେ ଇରାନ ଗୁପ୍ତରେ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରୁଛି। ବର୍ତ୍ତମାନ ପରିସ୍ଥିତିରେ ଇରାନ ଚାହୁଁଛି ତା’ ଉପରୁ ଆର୍ଥିକ ପ୍ରତିବନ୍ଧକ ହଟୁ, କିନ୍ତୁ ଆମେରିକା ଚାହୁଁଛି ଇରାନ ତାର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ କରୁ। ଯାହାକୁ ବିରୋଧ କରୁଛି ଇରାନ ।

Leave A Reply

Your email address will not be published.