ଭଦ୍ରକ: ସାରା ଭାରତ ବର୍ଷରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଚାଷୀଙ୍କ ସମସ୍ୟାକୁ ବିରୋଧ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସକାଳୁ ଧର୍ମଘଟକୁ ଓହ୍ଲାଇ ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।
ଆନ୍ଦୋଳନକାରୀମାନେ ଏଥିରେ ଉଭୟ ପାର୍ଶ୍ଵରେ ଗାଡ଼ି ମଟର ବନ୍ଦ୍ ରହିଥିବା ଦେଖିବାକୁ ମିଳିଥିବା ବେଳେ ଭଦ୍ରକ ସହରର ବନ୍ତଛକ ମହତାବ ଛକ ଠାରୁ ବାଇପାସ୍ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଛି। ସେହିପରି ଚରମ୍ପା, ଚନ୍ଦନ ବଜାର ପୁରୁଣା ବଜାର ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଥିବା ଦେଖିବାକୁ ମିଳିଛି।