ରାଉରକେଲା: କ୍ରିକେଟ ବେଟିଂ ଚଢ଼ଉ। ସହରର ୨୦ରୁ ଅଧିକ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଏଥିରେ ନିୟୋଜିତ ହୋଇଛନ୍ତି ୨୦ ଇନ୍ସପେକ୍ଟର, ୮ ଡ଼ିଏସପି। ରାଉରକେଲାରେ ଟି-୨୦ ବିଶ୍ବ କପରେ ବେଟିଂ ଅଭିଯୋଗରେ ରେଡ୍ କରୁଛି ପୋଲିସ୍। ୫ଟି ଥାନା ଅଞ୍ଚଳର ୧୦ରୁ ଅଧିକ ସ୍ଥାନରେ ଚାଲିଛି ରେଡ୍।
ରାଉରକେଲାର ପ୍ଲାଣ୍ଟ ସାଇଡ, ଉଦିତନଗର, ରଘୁନାଥପଲ୍ଲୀ, ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଚଢାଉ କରୁଛି ପୋଲିସ୍। କିଛି ବ୍ୟବସାୟୀ ଓ ବ୍ୟକ୍ତିଙ୍କ ଘରେ ଚଢାଉ କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛ ଟିମ୍। ବେନାମୀ ଆକାଉଣ୍ଟ ସାହାଯ୍ୟରେ ବେଆଇନ ଭାବେ ଟଙ୍କା ଆଦାନ ପ୍ରଦାନ କରାଯାଉଥିବା ପ୍ରମାଣ ମିଳିଛି।
୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ବାସନ୍ତୀ କଲୋନି, ବନ୍ଧମୁଣ୍ଡା, ପାନପୋଷ, ସିଭିଲଟାଉନ ସିପ, ଡେଲିମାର୍କେଟ, ଛେଣ୍ଡ କଲୋନି ଆଦି ସ୍ଥାନରେ ଚଢ଼ଉ କରାଯାଇଛି। ଅଟକଙ୍କ ମଧ୍ୟରେ ବ୍ୟବସାୟୀ ଓ ଦଲାଲ ରହିଥିବା ଜଣାପଡିଛି।