Latest Odisha News

BREAKING NEWS

Liquor in Tetra Packs: ଏବେ କାଚ ନୁହେଁ ଟେଟ୍ରା ପ୍ୟାକ୍‌ରେ ମିଳିବ ମଦ

ଭୁବନେଶ୍ବର:ବଦଳିଯିବ ମଦ ପ୍ୟାକେଟର ରୂପ। ଟେଟ୍ରା ପ୍ୟାକରେ ଆସିବ ମଦ । ରାଜ୍ୟରେ ମଦ ପ୍ୟାକିଂକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା ।

ମନ୍ତ୍ରୀ କହିଛନ୍ତି, ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ତ୍ତନ କରାଯିବ । ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି, ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ । ଏହା ସହିତ, ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତି ମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରିଛନ୍ତି ।

୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୨୪-୨୫ ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି ।

ସୂଚନାଥାଉକି,ରାଜ୍ୟବାସୀ ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି । ୧୦ ମାସରେ ୬୨୦ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ବିଦେଶୀ ମଦ ବିକ୍ରି ହୋଇଛି । ୧୦୯୨ ଲକ୍ଷ BULK ଲିଟର ବିଅର ଏବଂ ୯୭ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ଦେଶୀ ମଦ ବିକ୍ରି ହୋଇଛି। ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି।

 

Leave A Reply

Your email address will not be published.