ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।
ବିଶିଷ୍ଟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ସାରା ଦେଶରେ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସକୁ ସ୍ଥାନ ଦେଇଛନ୍ତି ।
Greetings to all on India’s 71st #RepublicDay. This is the SandArt I’ve created at Puri beach, #Odisha for the National Day with the theme: #ILoveMyIndia. Jai Hind! pic.twitter.com/U5WohNTLcm
— Sudarsan Pattnaik (@sudarsansand) January 26, 2020
ତାଙ୍କର ଏହି ବାଲୁକା କଳା ଦେଖିବାକୁ ପୁରୀ ବେଳାଭୂମିରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ଏହି ଆକର୍ଷଣୀୟ ବାଲୁକା କଳା ଦେଖି ଦର୍ଶକ ମାନେ ଆନନ୍ଦିତ ହେବା ସହିତ ସୁଦର୍ଶନଙ୍କୁ ତାଙ୍କର ଏହି ଚମତ୍କାର ବାଲୁକା କଳା ଲାଗି ବେଶ୍ ପ୍ରଶଂସା କରିଛନ୍ତି ।
ଟ୍ୱିଟ୍ ମାଧ୍ୟମରେ ସୁଦର୍ଶନ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲେଖିଛନ୍ତି, “ମୁଁ ମୋ ଭାରତକୁ ଭଲପାଏ ।”
Comments are closed.