ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଆକ୍ରମଣର ଆଶଙ୍କା ମଧ୍ୟରେ ଭାରତ ସରକାର ଇରାନରେ ରହୁଥିବା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ସରକାର ନାଗରିକମାନଙ୍କୁ ବାଣିଜ୍ୟିକ ବିମାନ ସମେତ ପରିବହନର ଉପଲବ୍ଧ ଉପାୟ ବ୍ୟବହାର କରି ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ ଦେଇଛନ୍ତି।
ସୋମବାର ଦିନ ତେହେରାନରେ ଥିବା ଭାରତୀୟ ଦୂତାବାସ ଇରାନରେ ରହୁଥିବା ଏହାର ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରି କହିଛି ଯେ ଇରାନରେ ଉପସ୍ଥିତ ଭାରତୀୟ ନାଗରିକ (ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକ) ବାଣିଜ୍ୟିକ ବିମାନ ସମେତ ଉପଲବ୍ଧ ଅନ୍ୟ ଉପାୟ ବ୍ୟବହାର କରି ଇରାନ ଛାଡିବାକୁ ପରାମର୍ଶ ଦେଇଛି।ଭାରତୀୟ ନାଗରିକ ଏବଂ ସେମାନଙ୍କର ବ୍ୟକ୍ତିଗତ ପରିଚୟପତ୍ର ସହ ଉପଯୁକ୍ତ ସତର୍କତା ଅବଲମ୍ବନ କରିବା ଉଚିତ।
ଭାରତୀୟ ନାଗରିକମାନେ ଇରାନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ସହ ଯେକୌଣସି ଘଟଣା ପାଇଁ ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବା ଉଚିତ ବୋଲି ଦୂତାବାସ ପ୍ରକାଶ କରିଛି।