Latest Odisha News

BREAKING NEWS

ନିଜ ଅପହରଣ ନାଟକ ରଚିଥିଲେ ନବବଧୂ, ପ୍ରେମିକ ଅଟକ…

ବଲାଙ୍ଗିର: ବଲାଙ୍ଗିରରେ ନବବଧୂ ଅପହରଣ ଘଟଣା ଭିନ୍ନ ମୋଡ଼ ନେଇଛି। ମଙ୍ଗଳବାର ଦିନ ଓଡ଼ିଶା ପୋଲିସ ସମ୍ବଲପୁରର ପ୍ରଫେସର ପଡ଼ା ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ନବବିବାହିତା କନ୍ୟା ଏବଂ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ଧରିଛି।

ନବବଧୂ ତଥା କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଛକର ରଶ୍ମି ଙ୍କ ସହ କଣ୍ଟାମାଳ ବଡ଼ଚାପଲି ଗାଁର ସଞ୍ଜୟ ସାହୁ ଓରଫ ବୁଠିଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା ।

ପୋଲିସର ସୂଚନା ଅନୁଯାୟୀ, କନ୍ୟା ଏବଂ ତାଙ୍କ ପ୍ରେମିକ ସଞ୍ଜୀବ ସାହୁ ଓରଫ ବୁଠି ଉଭୟଙ୍କୁ ତରଭା ଥାନାରେ ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ବଳପୂର୍ବକ ଅପହରଣ ନୁହେଁ ବରଂ କନ୍ୟା ନିଜେ କରିଥିବା ଏକ ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ଯିଏ ତାଙ୍କ ପୂର୍ବତନ ପ୍ରେମିକଙ୍କ ସହିତ ଯୋଗାଯୋଗ କରି ଏଭଳି ଯୋଜନା କରିଥିଲା।

ତେବେ ପରିବାର ପକ୍ଷରୁ ବଲାଙ୍ଗୀର ସହର କାମାକ୍ଷାନଗର ନିବାସୀ ହରିବନ୍ଧୁ ପୁଟେଲ (ରିଙ୍କୁ) ଙ୍କ ସହିତ ରଶ୍ମିଙ୍କ ବିବାହ ସ୍ଥିର ହୋଇଥିଲା। ୨୧ ଫେବୃଆରୀ ରାତିରେ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ୨୨ ଫେବୃଆରୀ ପ୍ରତ୍ୟୁଷରେ ଏହି ଘଟଣା ଘଟିଥିଲା।

ବୈଦିକ ରୀତିନୀତି ସମାପ୍ତ ହେବା ପରେ ମ ନବବିବାହିତା ଦମ୍ପତି ବର ଘରକୁ ବାହାରିଥିଲେ। କିନ୍ତୁ ବଡ଼ବନ୍ଧା ଅଞ୍ଚଳ ନିକଟରେ ସେମାନଙ୍କୁ ମଝି ରାସ୍ତାରେ ଅଟକାଇଥିଲା ପ୍ରେମିକ। ପ୍ରେମିକ ନିଜ ସହଯୋଗୀ ମାନଙ୍କ ସହିତ ମିଶି ବନ୍ଧୁକ ଦେଖାଇ ବର ଏବଂ ଅନ୍ୟମାନଙ୍କୁ ଧମକାଇ କନ୍ୟାକୁ ଗାଡ଼ିରେ ଟାଣି ନେଇ ପଳାଇଯାଇଥିବା ଅଭିଯୋଗ ହୋଇଥିଲା।

ଯାହା ପର ବର ତୁରନ୍ତ ତରଭା ଥାନାରେ ଯାଇ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

Leave A Reply

Your email address will not be published.