Latest Odisha News

BREAKING NEWS

ବଦଳିଲା କେରଳ ନାଁ…

ନୂଆଦିଲ୍ଲୀ: ନୂତନ ପିଏମଓ କୋଠା ସେବା ତୀର୍ଥରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ମୋଦି କ୍ୟାବିନେଟ କେରଳ ରାଜ୍ୟର ନାମ ପରିବର୍ତ୍ତନ କରି କେରଳମ କରିଛନ୍ତି।

ଏପ୍ରିଲ-ମେ ମାସରେ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। କେରଳ ବିଧାନସଭା ସର୍ବସମ୍ମତିକ୍ରମେ ଜୁନ୍ ୨୪, ୨୦୨୪ରେ ଏକ ପ୍ରସ୍ତାବ ପାରିତ କରିଥିଲା। ଯେଉଁଥିରେ ରାଜ୍ୟର ନାମ ଆନୁଷ୍ଠାନିକ ଭାବରେ କେରଳମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ବିଧାନସଭାର ପ୍ରସ୍ତାବ ପରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଜ୍ୟର ନାମ କେରଳରୁ କେରଳମ ପରିବର୍ତ୍ତନ କରିବାକୁ ଅନୁମୋଦନ କରାଯାଇଥିଲା। ଗୃହ ମନ୍ତ୍ରଣାଳୟ କିଛି ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିବାରୁ କେରଳ ବିଧାନସଭା ଦ୍ୱିତୀୟ ଥର ପାଇଁ ପ୍ରସ୍ତାବ ପାରିତ କରିଥିଲା।

ତେବେ ପ୍ରସ୍ତାବ ଆଗତ କରିଥିବା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଚାହୁଁଥିଲେ ଯେ କେନ୍ଦ୍ର ସରକାର ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କୁ ପରିବର୍ତ୍ତନ କରନ୍ତୁ।

 

Leave A Reply

Your email address will not be published.