Latest Odisha News

ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ବୁଲିଲା ବୁଲଡୋଜର

ଯାଜପୁର: ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସକୁ ମଙ୍ଗଳବାର ଦିନ ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି।

ତେବେ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ପାନ୍ତୁରୀ ଗ୍ରାମରେ ଏହି ଉଚ୍ଛେଦ ଆରମ୍ଭ ହୋଇଥିଲା। ଯାହାକି ସରକାରୀ ଜମିରେ ନିର୍ମିତ ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା। ଧର୍ମଶାଳା ଏବଂ ବଡ଼ଚଣା ତହସିଲର ଅଧିକାରୀ ଏବଂ ଜେନାପୁର ଥାନାର ପୋଲିସ ଅଧିକାରୀଙ୍କ ସହ ମିଶି ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସେଠାରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ୧୨ ଏକର ଏବଂ ୮୮ ଡେସିମିଲ ଜମି ଉପରେ ପାଚେରୀ ଉଠିଥିଲେ ମଧ୍ୟ ଏହା ପ୍ରାୟ ୧ ଏକର ସରକାରୀ ଜମି ଜବରଦଖଲ କରିଥିବା ନେଇ  ସୂତ୍ରରୁ ଜଣାପଡିଛି।

୧୪ ଡିସେମ୍ବର, ୨୦୨୫ ରେ ଏକ ହିଂସାତ୍ମକ ରାଜନୈତିକ ସଂଘର୍ଷ ପରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁଥିରେ ବଳବନ୍ତରାୟଙ୍କ ସମର୍ଥକମାନଙ୍କୁ ଆକ୍ରମଣ କରାଯାଇଥିଲା ଓ ସେଥିରେ ଅନେକ ଆହତ ମଧ୍ୟ ହୋଇଥିଲେ। ଯାହାଫଳରେ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ହୋଇଥିଲା। ଧର୍ମଶାଳା ତହସିଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବେଆଇନ ଜବରଦଖଲକୁ ନେଇ ବଳବନ୍ତରାୟଙ୍କୁ ୩୦ ଦିନିଆ ନୋଟିସ୍ ଜାରି କରିଥିଲେ ଏବଂ ଏଥିସହିତ ଜଡିତ ଆଇନଗତ ମାଲିକାନା ଏବଂ କାଗଜପତ୍ରର ପ୍ରମାଣ ମାଗିଥିଲେ। ଯାହାପରେ ବଳବନ୍ତରାୟ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଓ ଏହି ଜମି ଚିହ୍ନଟ ଏବଂ ସୀମା ନିର୍ଦ୍ଧାରଣ ପାଇଁ ଆବେଦନ କରିଥିଲେ। ଏଥିସହିତ ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ଉଚ୍ଛେଦ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ।

ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାରେ ତହସିଲ କର୍ତ୍ତୃପକ୍ଷ ଫେବୃଆରୀ ୧୭ ତାରିଖରେ ସେହି ସ୍ଥାନରେ ଜମି ମାପ ଏବଂ ସର୍ଭେ ଆରମ୍ଭ କରିଥିଲେ। ତେବେ ସରକାରୀ ରେକର୍ଡ ଅନୁଯାୟୀ ପ୍ରାୟ ୧ ଏକର ୧୦ ଡେସିମିଲ ଜମି ପୁନରୁଦ୍ଧାର କରାଯିବ ବୋଲି ଧର୍ମଶାଳା ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.