Latest Odisha News

BREAKING NEWS

ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର

ଭୁବନେଶ୍ବର: ସରକାର ବର୍ଷକରେ ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର ବାଣ୍ଟିଲେଣି । ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି । ୨୦୨୪-୨୫ ବର୍ଷରେ ମୋଟ ୨ ଲକ୍ଷ ୮୧ ହଜାର ୭୦୩ କୋଟି ଗ୍ରାମୀଣ ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି ଓ ୩୦୬ ଭୂମିହୀନ ପରିବାରକୁ ଜମି ପ୍ରଦାନ କରାଯାଇଛି। ଏବେ ସୁଦ୍ଧା ରାଜ୍ୟ ସରକାରଙ୍କ ଅନ୍ତୋଦ୍ଵୟ ଗୃହ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୮ ହଜାର ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ୨୮ ଲକ୍ଷ ୭ ହଜାର ୨୭୧ ପରିବାରକୁ ପକ୍କାଘର ମିଳିଛି । ୨୦୨୪ ଆବାସ ପ୍ଲସ୍ ସର୍ଭେ ଅନୁଯାୟୀ, ରାଜ୍ୟରେ ୩୭ ଲକ୍ଷ ୮୯ ହଜାର ୨୩୪ଟି ପରିବାର ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.