Latest Odisha News

BREAKING NEWS

୬ଜଣ ସାଇବର ଠକ ଗିରଫ,କୋଟିକୋଟି ଠକେଇ ଅଭିଯୋଗ

ଭଦ୍ରକ:ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୋଲିସ । ପୋଲିସ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି । ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଅନେକ ଫ୍ରଡ ଆକାଉଣ୍ଟକୁ ସିଜ ହୋଇଛି ।

ଭଦ୍ରକ ଏଚଡ଼ିଏଫସି ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରାୟ ଦେଢ଼ କୋଟି ଟଙ୍କା ଆସିବା ଘଟଣାକୁ ସନ୍ଦେହ କରି ବ୍ୟାଙ୍କ ପରିଚାଳକ ଦେବାଶିଷ ପରିଡ଼ାଙ୍କ ପକ୍ଷରୁ ଭଦ୍ରକ ଟାଉନ୍ ଥାନାରେ ୨୦୨୫ ନଭେମ୍ବର ୩ ତାରିଖରେ ଅଭିଯୋଗ କରାଯାଇଥିଲା। ଭଦ୍ରକ ଟାଉନ୍ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ଘଟଣାର ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳର ଜଗବନ୍ଧୁ କେସି ।

ସେହିପରି ଏକ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଅନ୍ୟ ଏକ ମାମଲା ରୁଜୁ କରି ପୋଲିସ ଅନ୍ୟ ଚାରି ଜଣ ଅଭିଯୁକ୍ତ ମିର୍ଜାଫର ଖାଁ, ରଞ୍ଜିତ ପଣ୍ଡା, ଦେବାଶିଷ ନାୟକ, ସତ୍ୟରଞ୍ଜନ ଦାସଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଅନ୍ୟପଟେ ଗୁଣପୁର ଥାନାରେ ଏକ ସାଇବର ଅପରାଧକୁ ନେଇ ମାମଲା ରୁଜୁ ହୋଇଛି । ଦେବକାନ୍ତ ଶତପଥୀ ଯୁବକଙ୍କୁ ଗିରଫ କରି ପଚରାଉଚୁରା କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.