Latest Odisha News

BREAKING NEWS

ଭୁବନେଶ୍ୱରରେ ସିବିଆଇ ରେଡ୍‌, WAPCOS ଘଟଣାରେ ଚାଲିଛି ତଦନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ଲକ୍ଷ୍ନୌ ସିବିଆଇ ଟିମ୍। ୱାଟର ଆଣ୍ଡ ପାୱାର କନସଲଟାନସି ସର୍ଭିସ ବା ୱାପକୋସ୍, ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ ଅଭିଯୋଗ । WAPCOS ଭୁବନେଶ୍ୱରର ପ୍ରକଳ୍ପ ମ୍ୟାନେଜର ପଙ୍କଜ ଦୁବେଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ପଙ୍କଜଙ୍କ ସମେତ ଭୁବନେଶ୍ବର WAPCOS କାର୍ଯ୍ୟାଳୟର ଭବଦ୍ୟୁତି ଭୁତିଆ, ଅଭିଷେକ ଠାକୁରଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଲକ୍ଷ୍ନୌ ସିବିଆଇ ଅଧିକାରୀ ।

ଏହାସହ ଉତ୍ତରପ୍ରଦେଶର ଠିକାଦାର ବବୁଲ ସିଂ ଯାଦବ, ଦଲାଲ ଗୋପାଳ ମିଶ୍ର ସହ ଅନ୍ୟ ୩ ଜଣ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ। ଗୋପାଳ ମିଶ୍ର WAPCOS ଭୁବନେଶ୍ବରର ପ୍ରକଳ୍ପ ମ୍ୟାନେଜର ପଙ୍କଜଙ୍କ ଇସାରାରେ ଉତ୍ତରପ୍ରଦେଶରୁ ଠିକାଦାର ଆଣି ଭୁବନେଶ୍ବରରେ ଭିନ୍ନ ପ୍ରୋଜେକ୍ଟରେ ଦୁର୍ନୀତି କରି ଟେଣ୍ଡର ଦେଉଥିଲେ। କୌଣସି ପ୍ରକଳ୍ପ ନେଇ ଟେଣ୍ଡର ପ୍ରକାଶ ପାଇବା ପରେ ଏହାର ସମସ୍ତ କାଗଜପତ୍ର ପଙ୍କଜ, ଗୋପାଳଙ୍କୁ ଦେବା ସହିତ ସମ୍ପୃକ୍ତ ଠିକାଦାର କିଭଳି କାମ ପାଇବେ ସେନେଇ ଟେଣ୍ଡର ପେପର ଦାଖଲ କରିଥିଲେ ।

ଯେଉଁଥିପାଇଁ ଟେଣ୍ଡର ଭାଲ୍ୟୁର ୪ରୁ ୬ ପ୍ରତିଶତ ପଙ୍କଜ ନେଉଥିବା ବେଳେ ଦଲାଲ ଗୋପାଳ ନେଇଥିଲା। ସେହିଭଳି ବବୁଲ ସିଂ ଠାରୁ ଆରମ୍ଭ କରି ଅନ୍ୟମାନେ ମଧ୍ୟ ଟେଣ୍ଡର ଫିକ୍ସିଂରେ ସାମିଲ ଥିବା ତଥ୍ୟ ପ୍ରମାଣ ପାଇଛି ସିବିଆଇ। ଘଟଣା ଜଣାପଡ଼ିବା ପରେ ଭୁବନେଶ୍ବର ୱାପକୋସ୍ ଅଫିସ, ରାୟଗଡା, ଲକ୍ଷ୍ନୌ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ଲକ୍ଷ୍ନୌ ସିବିଆଇ ।

Leave A Reply

Your email address will not be published.