ଭୁବନେଶ୍ୱର : ଅଦିନିଆ ବର୍ଷାରେ ଭିଜିଲା ଅଧା ଓଡ଼ିଶା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସଂଲଗ୍ନ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହୋଇଛି । ଗତକାଲି କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଥିଲା । ଗୋଟିଏ କି ଦୁଇଟି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି। ଟୁଇନ ସିଟିରେ ପ୍ରବଳ ବର୍ଷାର ପ୍ରକୋପ ଯୋ ହୋର୍ଡିଂ ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ୫ରୁ ୬ଟି ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ। କେବଳ ୨ ଜଣଙ୍କର ମୃତ୍ୟୁ ହୋଇନି ବରଂ ହୋର୍ଡିଂ ତଳେ କିଛି ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିବ। ଆଜି ବି ଝଡ଼ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚରେ ଉତ୍ତର ଉପକୂଳ ଓଡ଼ିଶା ସଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଲଘୁଚାପ ଦୁର୍ବଳ ହେବା ଫଳରେ ରାଜ୍ୟରେ ପାଗ ଶୁଖିଲା ରହିବ ।
ଆଜି ମଧ୍ୟ ବର୍ଷାର ପ୍ରଭାବ କିଛି ଜିଲ୍ଲାରେ ରହିବ । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୫ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।