Latest Odisha News

BREAKING NEWS

ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏକ ବିଶେଷ ସଙ୍କେତ ସ୍ୱରୂପ, ଇସ୍ରାଏଲର ନେସେଟ୍ (ସଂସଦ) ଭାରତୀୟ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି। ଆଜିଠୁ ଦୁଇଦିନିଆ ଇସ୍ରାଏଲ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି । ଯେଉଁ ସମୟରେ ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ତିକ୍ତତା ବଢ଼ିଚାଲିଛି, ସେହି ସମୟରେ ମୋଦୀ ଇସ୍ରାଏଲ୍ ଗସ୍ତ କରୁଛନ୍ତି । ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନ କୌଶଳ ଭଳି ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।

ଇସ୍ରାଏଲୀ ସଂସଦର ବାଚସ୍ପତି ଆମିର ଓହାନା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାରତୀୟ ତ୍ରିରଙ୍ଗାରେ ସ୍ନାନ ହୋଇଥିବା ସଂସଦ ଭବନର ଏକ ଫଟୋ ସେୟାର କରିଛନ୍ତି।ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲକୁ ଦ୍ୱିତୀୟ ଗସ୍ତ, ଯାହା ୯ ବର୍ଷ ପରେ ହେଉଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା ଏବଂ ବାଣିଜ୍ୟ ସମ୍ପର୍କକୁ ଆହୁରି ଗଭୀର କରିବା। ସବୁଠୁ ବଡ଼ କଥା ହେଲା ମୋଦୀଙ୍କ ଇସ୍ରାଏଲ୍ ଗସ୍ତ ପୂର୍ବରୁ ଇସ୍ରାଏଲରେ ଏକ ନୂଆ ମେଣ୍ଟ ଗଠନ ହୋଇଛି ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାର ନାଁ ରଖିଛନ୍ତି ‘ହେକ୍ସାଗନ୍ ଗଠବନ୍ଧନ’। ନେତାନ୍ୟାହୁଙ୍କର କହିବା କଥା, ମଧ୍ୟପ୍ରାଚ୍ୟ କଟ୍ଟରପନ୍ଥୀଙ୍କୁ ମୁକାବିଲା କରିବା ପାଇଁ ହେକ୍ସାଗନ୍ ଗଠବନ୍ଧନର ଆବଶ୍ୟକତା ରହିଛି । ନେତାନ୍ୟାହୁ ଏହି ଗଠବନ୍ଧନରେ ଭାରତ ସମେତ ଇସ୍ରାଏଲ୍, ଗ୍ରୀସ୍ ଓ ସାଇପ୍ରସକୁ ରଖିଛନ୍ତି । କିଛି ଆରବୀ, ଆଫ୍ରିକୀୟ ଓ ଏସିଆନ୍ ଦେଶ ମଧ୍ୟ ସାମିଲ୍ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.