Latest Odisha News

BREAKING NEWS

ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ;ଛୋଟ ଜମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତି ହେବେ ଉପକୃତ

ଭୁବନେଶ୍ବର:ବୁଧବାର କଟକ ସହରର ପୁରାତନ ବସ୍ତିଗୁଡ଼ିକର ବିକାଶ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ କାର୍ଯ୍ୟକାରୀ ହୋଇଛି। ଏହି ନୂତନ ନିୟମାବଳୀ କଟକର ୪୩ଟି ପୁରାତନ ୱାର୍ଡରେ କାର୍ଯ୍ୟକାରୀ ହେବ। ଏହି ନିୟମାବଳୀ ଦ୍ଵାରା କଟକର ଐତିହ୍ୟକୁ ବଜାୟ ରଖିବା ସହ ଆଧୁନିକ ଜୀବନଶୈଳୀ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଖାସ୍ କରି ଛୋଟ ଜମି ଉପରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ ।

ଏହି ନୂତନ ନିୟମାବଳୀରେ ପୁରାତନ ଅଞ୍ଚଳର ସଂକୀର୍ଣ୍ଣ ରାସ୍ତା ଓ ଛୋଟ ଜମିକୁ ଦୃଷ୍ଟିରେ ରଖି ଓଡ଼ିଶା ବିକାଶ କର୍ତ୍ତୃପକ୍ଷ (ODA) ନିୟମ-୨୦୨୦କୁ କୋହଳ କରାଯାଇଛି। କ୍ଷୁଦ୍ର ଆବାସିକ ପ୍ଲଟ୍ ପାଇଁ ସର୍ବନିମ୍ନ ରାସ୍ତାର ଓସାର ୪.୫ ମିଟରକୁ ହ୍ରାସ କରାଯାଇଛି। ଅଣ-ଉଚ୍ଚତା ବହୁଳ (Non-high-rise) କୋଠା ନିର୍ମାଣ କ୍ଷେତ୍ରରେ ସେଟବ୍ୟାକ୍ ନିୟମକୁ ଯୁକ୍ତିଯୁକ୍ତ କରାଯାଇଥିବା ବେଳେ ‘ଫ୍ଲୋର୍ ଏରିଆ ରେସିଓ’ (FAR)କୁ ମଧ୍ୟ ପୁନଃ ନିର୍ଦ୍ଧାରଣ କରାଯାଇଛି।

କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ ‘ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ ଫର୍ ଓଲ୍ଡ ଏରିଆଜ୍, ୨୦୨୬’ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

 

Leave A Reply

Your email address will not be published.