କଟକ: ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା । ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୫ ତାରିଖରେ ଶୁଣାଣି ହୋଇପାରେ।
ଜାଲିଆତି ଘଟଣାରେ ଅଭିଯୁକ୍ତ ଡ. ନିହାର ରଞ୍ଜନ ମହାନ୍ତି, ଜିତନ ମହାରଣା, ରାମଜୀ ପ୍ରସାଦ ଗୁପ୍ତା, ବିଜୟ କୁମାର ମିଶ୍ର , ଜୟନ୍ତ କୁମାର ରାଉତ, ଅଜୟ କୁମାର ସାହୁ , ପ୍ରଶାନ୍ତ କୁମାର ଖମାରୀ ଓ ସନାତନ ବିଷୋୟୀଙ୍କ ଏକାଠି ଜାମିନ ଶୁଣାଣି ପାଇଁ ଆଜି ତାରିଖ ଧାର୍ଯ୍ୟ କରିଥିଲେ କୋର୍ଟ।
ସୂଚନାନୁସାରେ, ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେଶାଲ୍ ଓଟିଇଟି)ଗତ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାର ଥିଲା । ତେବେ ପରୀକ୍ଷା ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।