ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ । ମହିଳା ମାଓବାଦୀର ପରିଚୟ ମାସେ ବାରସେ ବୋଲି ଜଣାପଡିଛି । ସେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି ପି.ସୁନ୍ଦର ରାଜ, ଏସପି ନିଖିଲ ରାଖେଚାଙ୍କ ସମ୍ମୁଖରେ ଏକେ-୪୭ ବନ୍ଧୁକ ସହ ଆତ୍ମସମର୍ପଣ କରିଛି ।
ମାସେ ୨୦୦୩ ମସିହାରୁ ଆବୁଝମାଡ ଏବଂ ଦଣ୍ଡକାରଣ୍ୟରେ ସକ୍ରିୟ ରହିଥିଲା । ମାସେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ଭାବେ କାମ କରୁଥିଲା । ମାସେ ବାରସେ ନାମରେ ସରକାର ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ମାସେର ଆତ୍ମସମର୍ପଣ ପରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଥିବା କୁହାଯାଇଛି ।
ପୋଲିସ ନିକଟରେ ଆତ୍ମସମର୍ପଣ ପରେ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦିଆଯିବା ସହ ମାସେଙ୍କୁ ପ୍ରଶାସନ ତରଫରୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।