Latest Odisha News

BREAKING NEWS

Third Language Option: CBSEରେ ଷଷ୍ଠ ଶ୍ରେଣୀରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ପଢ଼ିବା ବାଧ୍ୟତାମୂଳକ!

ନୂଆଦିଲ୍ଲୀ: CBSE ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଷଷ୍ଠ ଶ୍ରେଣୀରୁ କେବଳ ଦୁଇଟି ନୁହେଁ, ବରଂ ୩ଟି ଭାଷା ପଢ଼ିବାକୁ ହେବ ବାଧ୍ୟତାମୂଳକ । ଜାତୀୟ ଶିକ୍ଷା ନୀତି- NEP 2020 ଅନୁସାରେ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବାକୁ ଯାଉଛି ‘ନିଉ ଲାଙ୍ଗୁଏଜ୍ ପଲିସି’। ଫଳରେ ଏଣିକି ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ ହେବ । ଆସନ୍ତା ୨୦୨୭-୨୮ ଶିକ୍ଷାବର୍ଷରୁ CBSE ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏଣିକି ଛାତ୍ରଛାତ୍ରୀମାନେ ୨ଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ପଢ଼ିବାକୁ ବାଧ୍ୟ ହେବେ ।

ତେବେ ଇଂରାଜୀ ହେବ ‘ଫରେନ୍ ଲାଙ୍ଗୁଏଜ୍’ । ସବୁଠାରୁ ବଡ଼ କଥା ହେଉଛି, ନୂଆ ନିୟମ ଅନୁସାରେ ଇଂରାଜୀକୁ ଏବେ ତୃତୀୟ ଭାଷା ବା ବିଦେଶୀ ଭାଷା ଭାବେ ଗଣନା କରାଯିବ। ଯଦି ଜଣେ ଛାତ୍ର ଫ୍ରେଞ୍ଚ୍ କିମ୍ବା ଜର୍ମାନ ପଢ଼ିବାକୁ ଚାହାଁନ୍ତି, ତଥାପି ତାଙ୍କୁ ୨ଟି ଭାରତୀୟ ଭାଷା ଶିଖିବାକୁ ପଡ଼ିବ।

CBSE ପକ୍ଷରୁ ଷଷ୍ଠ ଶ୍ରେଣୀରୁ ଆସନ୍ତା ଶିକ୍ଷାବର୍ଷରୁ ହିଁ ଏହି ନିୟମ ଲାଗୁ ହେବାକୁ ଥିବା ବେଳେ ୨୦୩୧ ମସିହା ସୁଦ୍ଧା ଏହାକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। CBSE ୨୦୩୧ ମସିହାରେ ତୃତୀୟ ଭାଷାକୁ ବୋର୍ଡ ପରୀକ୍ଷାରେ ଅନ୍ତର୍ଭୁକ୍ତ କରିବ। ଆସନ୍ତା ଶିକ୍ଷାବର୍ଷରୁ ନୂଆ ନିୟମ ଲାଗୁ ହେଉଥିବାରୁ CBSE ପକ୍ଷରୁ ତୃତୀୟ ଭାଷା ପାଇଁ ପାଠ୍ୟକ୍ରମ ଓ ପୁସ୍ତକ ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ CBSE ଓଡ଼ିଆ, ତାମିଲ, ତେଲୁଗୁ, ମାଲାୟାଲମ, କନ୍ନଡ, ଗୁଜରାଟୀ ଏବଂ ବଙ୍ଗଳା ସମେତ ୯ଟି ଭାଷା ପାଇଁ ବହି ପ୍ରସ୍ତୁତ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ଭାରତୀୟ ଭାଷା ଏବଂ ବିଦେଶୀ ଭାଷା ପାଇଁ ମଧ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ।

ତେବେ ଏହି ନୂଆ ନୀତି ଦ୍ୱାରା ପିଲାମାନେ ଭାରତୀୟ ସଂସ୍କୃତି ଓ ଭାଷା ସହ ଯୋଡ଼ି ହେବା ସହ ବିଶ୍ୱସ୍ତରୀୟ ଭାଷାରେ ମଧ୍ୟ ଦକ୍ଷ ହୋଇପାରିବେ ବୋଲି ବୋର୍ଡ ଆଶା ରଖିଛି।

 

Leave A Reply

Your email address will not be published.