Latest Odisha News

BREAKING NEWS

ମେସିଙ୍କୁ ପଛରେ ପକାଇ BOAT ପୁରସ୍କାର ପାଇଲେ ରୋନାଲଡୋ

ବ୍ୟୁରୋ: ମାସେ ଧରି ଚାଲିଥିବା ଜନମତ ସର୍ବେକ୍ଷଣ ପରେ ମଂଚେଷ୍ଟର ୟୁନାଇଟେଡର କିମ୍ବଦନ୍ତୀ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଜିତିଲେ ବ୍ୟାଲୋନ୍ ଡି’ ଅର ଅଫ୍ ଅଲଟାଇମ୍ ବା ଈଙଇଞ ପୁରସ୍କାର ।୨୦୦୮ ମାଂଚେଷ୍ଟର ୟୁନାଇଟେଡ୍ ସିଜିନ ପାଇଁ ପ୍ରଦାନ କରାଯାଇଥିବା ଏହି ପ୍ରଥମ ଈଙଇଞ ପୁରସ୍କାର ଜିତିବା କ୍ଷେତ୍ରରେ ଲିଓନେଲ୍ ମେସିଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ରୋନାଲଡୋ । ଏହି ସମ୍ମାନଜନକ ପୁରସ୍କାରର ପ୍ରଥମ ବିଜେତା ଭାବେ ରୋନାଲଡୋଙ୍କୁ ମନୋନୀତ କରାଯାଇଛି । ପ୍ରଶଂସକମାନେ ମାଂଚେଷ୍ଟର ୟୁନାଇଟେଡରେ ତାଙ୍କ ୨୦୦୮ ଅଭିଯାନକୁ ଫୁଟବଲର ସବୁଠାରୁ ମର୍ଯ୍ୟାଦାଜନକ ବ୍ୟକ୍ତିଗତ ସମ୍ମାନ ଇତିହାସରେ ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ଋତୁ ଭାବେ ଗଣିବା ସହ ଭୋଟ୍ ଦେଇଛନ୍ତି । ଫ୍ରାନ୍ସ ଫୁଟବଲ ଦ୍ୱାରା ପ୍ରଚଳିତ ଏହି ପୁରସ୍କାରଟି କେଉଁ ବାଲନ ଡି’ଅର ବିଜେତା ଅଭିଯାନକୁ ସର୍ବକାଳୀନ ଶ୍ରେଷ୍ଠ ବୋଲି ବିବେଚନା କରାଯିବା ଉଚିତ ତାହା ଉପରେ ବିତର୍କ ଆରମ୍ଭ କରିବାକୁ ହୋଇଥିଲା । ପ୍ରଶଂସକଙ୍କ ଦ୍ୱାରା ପରିଚାଳିତ ଭୋଟିଂ ପ୍ରକ୍ରିୟା ପରେ ରୋନାଲଡୋ ଶୀର୍ଷରେ ଆସିଥିଲେ । ଦୀର୍ଘ ସମୟର ପ୍ରତିଦ୍ୱନ୍ଦୀ ଲିଓନେଲ୍ ମେସିଙ୍କୁ ପରାସ୍ତ କରି ଏହି ସମ୍ମାନ ପାଇଲେ ରୋନାଲଡୋ ।

ପ୍ରଶଂସକ ମେସିଙ୍କ ୨୦୧୨ର ଉଲ୍ଲେଖନୀୟ ୯୧ ଗୋଲ ଅପେକ୍ଷା ୨୦୦୮ରେ ରୋନାଲଡୋଙ୍କ ପ୍ରଥମ ଡି’ଅର ବିଜୟୀ ସିଜନ୍ ପସନ୍ଦ କରିଥିଲେ । ଉଭୟ ଚୂଡାନ୍ତ ରାଙ୍କିଂରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ ୧୨ ସ୍ତାନ ଅଧିକାର କରିଥିଲେ, ବ୍ରାଜିଲର ରୋନାଲଡୋ ନାଜାରି ଓ ୧୩ତମ ସ୍ଥାନରେ ରହି ଏହି ଧାରା ଭାଙ୍ଗିଥିଲେ । ଯାହାଙ୍କ ୨୦୦୨ ବାଲନ ଡିଅର ବିଜୟ ଅଭିଯାନ ଏହି ଯୋଡି ବାହାରେ ପରବତ୍ତି ର୍ ସର୍ବୋଚ୍ଚ ରାଙ୍କିଙ୍ଗ ସିଜନ ଥିଲା । ରୋନାଲଡୋଙ୍କ ବିଜୟ ମେସିଙ୍କ ସହ ତାଙ୍କର ଦୀର୍ଘକାଳୀନ ପ୍ରତିଦ୍ୱନ୍ଦିତାରେ ଆଉ ଏକ ଅଧ୍ୟାୟ ଯୋଡିଛିା ପ୍ରଶଂସକମାନେ ଏବେ ସେମାନଙ୍କ ଶ୍ରେଷ୍ଠ ବାଲନ ଡି’ଅର ବିଜେତା ଅଭିଯାନ ମଧ୍ୟରୁ କେଉଁଟି ଚୂଡାନ୍ତ ସ୍ୱୀକୃତି ପାଇବାକୁ ଯୋଗ୍ୟ ତାହା ଉପରେ ନିଷ୍ପତ୍ତି ନେଇସାରିଛନ୍ତି ।

Leave A Reply

Your email address will not be published.