Latest Odisha News

BREAKING NEWS

ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ, ନେବ କି ବାତ୍ୟା ରୂପ!

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଥିବା ବେଳେ ପୁଣି ଏକ ଲଘୁଚାପ ଆସିବା ଖବର ଏବେ ଭୟ ସୃଷ୍ଟି କରିଛି । ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଗାମୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ ହେବା ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଅଂଚଳରେ ଗତ ଦୁଇଦିନ ଧରି ଘୂର୍ଣ୍ଣବଳୟ ସକ୍ରିୟ ରହିଥିଲା । ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହୋଇଛି ।

ଏହି ଘୂର୍ଣ୍ଣିବଳୟ ଅବପାତ ହେବ କିମ୍ବା ବାତ୍ୟା ହେବ, ତା’ର ପୂର୍ବାନୁମାନ କରାଯାଇନାହିଁ। ତା’ର ପୂର୍ବାନୁମାନ କଲା ପରେ ତାହା କେଉଁ ଉପକୂଳ ଯିବ ଓ କେତେ ତୀବ୍ରତାରେ ପହଞ୍ଚିବ, ତା’ର ସୂଚନା ଦିଆଯିବ କହିଛି ପାଣିପାଗ ବିଭାଗ। ଅନ୍ୟପଟେ  ବାତ୍ୟା ‘ଅର୍ଣ୍ଣବ’ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରୁ ଅବପାତରେ ପରିଣତ ହୋଇଛି । ଦକ୍ଷିଣ ଛତିଶଗଡ଼ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ନିକଟରେ କେନ୍ଦ୍ରୀଭୂତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି।

‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ପାତ୍ରପୁରରେ ସର୍ବାଧିକ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ପାତ୍ରପୁରରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଜି. ଉଦୟଗିରିରେ ୪୬୨.୪ ମିମି, ସାନଖେମୁଣ୍ଡିରେ ୩୮୮ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ରାଇକିଆରେ ୩୮୪.୮ ମିମି, ସୋରଡ଼ାରେ ୩୭୫ ମିମି ଓ ଚିକିଟିରେ ୩୦୯.୨ ମିମି ବର୍ଷା ରେକର୍ଡ଼ ହୋଇଛି ।

ଆଜି ପାଇଁ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.