Latest Odisha News

BREAKING NEWS

ଘରେ ପଶି ବୃଦ୍ଧାଙ୍କୁ ହତ୍ୟା;ଆତ୍ମସମର୍ପଣ କଲା ହତ୍ୟାକାରୀ

ମୟୁରଭଞ୍ଜ: ବହଳଦା ଥାନା କୁମ୍ଭୀରଦା ଗାଁରେ ଜଣେ ଅବିବାହିତା ବୃଦ୍ଧାଙ୍କୁ ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା କରାଯାଇଛି। ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ । ମୃତକ ବୃଦ୍ଧା ଜଣକ ହେଲେ ଜବା ଟୁଡୁ ।

ସୂଚନାଥାଉକି, ଜବା ଟୁଡୁ ଗୁଣି ଗାରେଡି କରି ତାଙ୍କ ପରିବାରରେ ଅଶାନ୍ତି ଆଣୁଥିବା ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ଥାନାରେ ସ୍ୱୀକାର କରିଛନ୍ତି ହତ୍ୟାକାରୀ । ଜବା ଟୁଡୁ ଘରେ ଏକୁଟିଆ ରହୁଥିବା ସୁଯୋଗ ପାଇ ସେହି ଗାଁର ଜୁଗୁ ମାର୍ଣ୍ଡି ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ । ଏହାପରେ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି ।

ଏପଟେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.