Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜର ଆକର୍ଷଣୀୟ ବ୍ୟାଟିଂ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ଏଇଟ ମୁକାବିଲରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୬ ରନର ଲକ୍ଷ୍ୟ ରଖିଛି । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୱେଷ୍ଟଇଣ୍ଡିଜର ଟପ ଅର୍ଡର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅଧିନାୟକ ସାଇ ହୋପ ୩୨, ରୋଷ୍ଟନ ଚେଜ ୪୦, ଶିମ୍ରନ ହେଟମେୟର ୨୭ ଓ ଶେରଫାନେ ରଥରଫୋର୍ଡ ୧୪ ରନ କରି ଆଉଟ ହୋଇଥିଲେ । ଶେଷ ଭାଗରେ ରୋଭମ୍ୟାନ ପାୱେଲ ଓ ଜାସନ ହୋଲ୍ଡର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ ।

ପାୱେଲ ୧୯ ବଲରୁ ୩୪ ଓ ହୋଲ୍ଡର ୨୨ ବଲରୁ ୩୭ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଯଶପ୍ରୀତ ବୁମରାହ ୨ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତ ଗତ ମ୍ୟାଚରେ ଖେଳିଥିବା ଚୂଡାନ୍ତ ଏକାଦଶରେ ପରିବର୍ତନ କରି ନ ଥିଲା । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାଜିତ କଲେ ଭାରତ ସେମିରେ ପ୍ରବେଶ କରିବ ।

Leave A Reply

Your email address will not be published.